ବର୍ଷା ପାଣି ନେଲା ଦୁଇଜଣ ଶିଶୁଙ୍କ ଜୀବନ

ବର୍ଷା ପାଣି ନେଲା ଦୁଇଜଣ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଠାଣେ ଜିଲ୍ଲାର ଅମ୍ବରନାଥରେ ପାଇପଲାଇନ କ‌ାମ ପାଇଁ ମାଟି ଖୋଳା ଯାଇଥିଲା। ମାଟି ଖୋଳା ଯାଇଥିବାରୁ ଉକ୍ତ ସ୍ଥାନରେ ବଡ଼ବଡ଼ ଗାଢ଼ା ହୋଇଯାଇଥିଲା।  ବର୍ଷା ହୋଇ ସେହି ଗାଢ଼ାରେ ପାଣି ଭରି ଯାଇଥିଲା। ଫଳରେ ଦୁଇଜଣ ଶିଶୁ ଖେଳୁଥିବା ବେଳେ ଉକ୍ତ ଗାଢ଼ାରେ ପଡ଼ିଯାଇଥିଲେ। ଦୁଃଖର ବିଷୟ ବର୍ଷା ପାଣି ଭର୍ତ୍ତି ଥିବା ଗାଢ଼ାରେ ପଡ଼ି ଦୁଇଜଣ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିଲା। ପୁଲିସ ଏହି ଘଟଣାରେ ଉକ୍ତ ପାଇପଲାଇନ କାମ ନେଇଥିବା ଠିକାଦାରଙ୍କ ବିରୋଧ‌ରେ ମାମଲା ରୁଜୁ କରିଛି।

ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ମୃତ୍ୟୁ ହୋଇଥିବା ଶିଶୁ ଦ୍ବୟଙ୍କ ବୟସ ୬ବର୍ଷ ଓ ୮ବର୍ଷ ରହିଛି। ଦୁଇଜଣ ଶିଶୁଙ୍କ ମୃତଦେହକୁ ଉକ୍ତ ଗାଢ଼ାରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସରକାରୀ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

ମୃତ ଦୁଇଜଣ ଶିଶୁଙ୍କ ବାପା କହିଛନ୍ତି, ‘ଘର ପାଖରେ ପାଇପଲାଇନ କାମ ଚାଲିଥିଲା। ସେଥିପାଇଁ ବଡ଼ବଡ଼ ଗାଢ଼ା ଖୋଳା ଯାଇଥିଲା। ଠିକାଦାର କାମ ଶେଷ ପ‌ରେ ଉକ୍ତ ଗାଢ଼ାକୁ ପୋତି ନଥିଲେ । ଏହି ସମୟରେ ବର୍ଷା ହୋଇଯାଇଥିବାରୁ ଉକ୍ତ ଗାଢ଼ାରେ ପାଣି ଭରି ଯାଇଥିଲା।

ସନ୍ଧ୍ୟାରେ ଶିଶୁ ଦୁଇଜଣ ଘର ସାମ୍ନାରେ ଖେଳୁଥିଲେ। ଖେଳୁଖେଳୁ ସେମାନେ ପାଣି ଭିତରକୁ ଚାଲି ଯାଇଥିଲେ। ଆଉ ଗାଢ଼ାରେ ଖସି ପଡ଼ିଥିଲେ। ପାଣି ଭର୍ତ୍ତି ଥିବାରୁ ସେମାନେ ସେଥିରୁ ବାହାରି ପାରି ନଥିଲେ। ଆଉ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଅନେକ ସମୟ ଧରି ଶିଶୁ ଦ୍ବୟ ଘରକୁ ନଫେରିବାରୁ ବହୁ ଖୋଜାଖୋଜି ପରେ ଦୁହିଁଙ୍କୁ ଉକ୍ତ ଗାଢ଼ାରୁ ବାହାର କରାଯାଇଥିଲା। ସେତେବେ‌ଳକୁ ସବୁ ଶେଷ ହୋଇଯାଇଥିଲା। ‌’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe