ଦଶମ ଶ୍ରେଣୀର ଦୁଇ ଭାରତୀୟ ବାଳିକା ଆବିଷ୍କାର କଲେ ପୃଥିବୀ ପାଖ ଦେଇ ଅତିକ୍ରମ କରିବାକୁ ବାହାରିଥିବା ଗ୍ରହାଣୁ, ସୁନିଶ୍ଚିତ କଲା ‘ନାସା’

Advertisment
ଦଶମ ଶ୍ରେଣୀର ଦୁଇ ଭାରତୀୟ ବାଳିକା ଆବିଷ୍କାର କଲେ ପୃଥିବୀ ପାଖ ଦେଇ ଅତିକ୍ରମ କରିବାକୁ ବାହାରିଥିବା ଗ୍ରହାଣୁ, ସୁନିଶ୍ଚିତ କଲା ‘ନାସା’

Image Courtesy of India Today

ନୂଆଦିଲ୍ଲୀ: ପୃଥିବୀ ପାଖ ଦେଇ ଅତିକ୍ରମ କରିବାକୁ ବାହାରିଥିବା ଏକ ଗ୍ରହାଣୁକୁ ଦଶମ ଶ୍ରେଣୀର ଦୁଇଜଣ ବାଳିକା ଆବିଷ୍କାର କରିଛନ୍ତି। ଏହି ବିରଳ ଆବିଷ୍କାରକୁ ସୁନିଶ୍ଚିତ କରିବା ସହ ‘ନାସା’ ଗ୍ରହାଣୁଟିର ନାଆଁ ଦେଇଛି ‘ଏଚ୍‌ଏଲ୍‌ଭି୨୫୧’।

ଆନ୍ତର୍ଜାତିକ ଅଭିଯାନ କାର୍ଯ୍ୟକ୍ରମରେ ଏହି ଅବିଶ୍ବସନୀୟ ଆବିଷ୍କାର କରିଛନ୍ତି ସୁରତର ବୈଦେହୀ ବେକରିଆ ସଞ୍ଜୟ ଭାଇ ଏବଂ ରାଧିକା ଲଖାନି ପ୍ରଫୁଲ୍ଲଭାଇ।

ସେମାନଙ୍କର ସିବିଏସ୍‌ଇ ବିଦ୍ୟାଳୟ ‘ପିପି ସାୱନି ଚୈତନ୍ୟ ବିଦ୍ୟା ସଙ୍କୁଲ’ରେ ଏହି ଦୁଇମାସିଆ ବିଜ୍ଞାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦୁହେଁ ବୁଧ ଗ୍ରହ ନିକଟରେ ଏହି ଗ୍ରହାଣୁଟିକୁ ଆବିଷ୍କାର କରିଥିଲେ।

‘ନାସା’ ସେମାନଙ୍କର ବିରଳ ଆବିଷ୍କାରକୁ ସ୍ବୀକାର କରିବା ସହ ସୁନିଶ୍ଚିତ କରି ମେଲ୍ ପ୍ରେରଣ କରିଛି।

ବାଳିକା ଦୁହେଁ ଅଂଶ ଗ୍ରହଣ କରିଥିବା ଏହି ଦୁଇମାସିଆ ବିଜ୍ଞାନ କାର୍ଯ୍ୟକ୍ରମକୁ ‘ଇଣ୍ଟର୍‌ନ୍ୟାସ୍‌ନାଲ୍ ଆଷ୍ଟ୍ରୋନମିକାଲ୍ ସର୍ଚ କୋଲାବରେସନ୍’ ଏବଂ ଟେକ୍ସାସ୍‌ର ‘ହାର୍ଡିନ୍ ସାଇମନ୍ସ ୟୁନିଭର୍ସିଟି’ ସହଯୋଗରେ ପରିଚାଳନା କରିଥିଲା ‘ସ୍ପେସ୍ ଇଣ୍ଡିଆ’।

publive-image Image Courtesy of India Today

ଗ୍ରହାଣୁ ଆବିଷ୍କାର ନିମନ୍ତେ ଛାତ୍ରୀ ଦୁହେଁ ହାୱାଇସ୍ଥିତ ‘ପାନ୍‌ ଷ୍ଟାର୍ସ ଆଡ୍‌ଭାନ୍‌ସ୍‌ଡ୍‌ ଟେଲିସ୍କୋପ୍’ ବ୍ୟବହାର କରିଥିଲେ। ଏହି ଟେଲିସ୍କୋପ୍‌ରେ ହାଇଗ୍ରେଡ୍ ସିସିଡି କ୍ୟାମେରା ଏବଂ ଉଚ୍ଚତର ଦୃଶ୍ୟ କ୍ଷେତ୍ର ରହିଛି।

ଏହି ଆବିଷ୍କାର ବିଷୟରେ ଲୋକମାନଙ୍କୁ ସୂଚନା ଦେବାକୁ ଶୁକ୍ରବାର ଦିନ ‘ସ୍ପେସ୍‌ ଇଣ୍ଡିଆ’ ଏକ ‘ଡିସ୍କଭରି ଆଲର୍ଟ’ ଜାରି କରିଥିଲା। ଏଥିରେ ଉଲ୍ଲେଖ କରିଥିଲା, ଆମେ ସଗୌରବେ ଘୋଷଣା କରୁଛୁ ଯେ, ସ୍ପେସ୍- ଅଲ୍‌ ଇଣ୍ଡିଆ ଆଷ୍ଟ୍ରଏଡ୍ ସର୍ଚ କ୍ୟାମ୍ପେନ୍ ସହାୟତରେ ସୁରତର ଦୁଇ ଜଣ ବାଳିକା ପୃଥିବୀ ପାଖାପାଖି ଥିବା ଏକ ଗ୍ରହାଣୁ ଆବିଷ୍କାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe