palpalnewshub
ନୂଆଦିଲ୍ଲୀ : ବିଭିନ୍ନ ଦାବିରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ (ୟୁବିଏଫ୍ୟୁ) ପକ୍ଷରୁ ଚଳିତ ମାସ ୩୦ରୁ ଦୁଇଦିନିଆ ଧର୍ମଘଟ ଆରମ୍ଭ ହେବ। ମୁମ୍ବାଇରେ ସଂଘର ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ)ର ମହାସଚିବ ସିଏଚ୍ ଭେଙ୍କଟଚେଲମ୍ କହିଛନ୍ତି ଯେ ଆମ ଦାବି ବିଷୟରେ ପତ୍ର ମାଧ୍ୟମରେ ଜଣାଇଥିଲୁ। ଏହାସତ୍ତ୍ବେ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ପକ୍ଷରୁ କୌଣସି ପ୍ରତିକ୍ରିୟା ମଳିନାହିଁ। ତେଣୁ ଆମ ଆନ୍ଦୋଳନକୁ ପୁଣି ଥରେ ଆରମ୍ଭ କରିବାକୁ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ବୈଠକରେ ଆମେ ନିଷ୍ପତ୍ତି ନେଇଛୁ।
ପାଞ୍ଚିଦିନିଆ କାର୍ଯ୍ୟ ଦିବସ, ପେନ୍ସନ୍ ସଂଶୋଧନ, ଜାତୀୟ ପେନ୍ସନ୍ ସ୍କିମ୍ (ଏନ୍ପିଏସ୍)କୁ ଉଚ୍ଛେଦ କରିବା, ବେତନ ସଂଶୋଧନ ଦାବି ଉପରେ ତୁରନ୍ତ ଆଲୋଚନା ଆରମ୍ଭ କରିବା ଏବଂ ସବୁ କ୍ୟାଡର୍ରେ ଆବଶ୍ୟକ ନିଯୁକ୍ତି ପ୍ରଦାନ କରିବା ଭଳି ଦାବି ନେଇ ୟୁବିଏଫ୍ୟୁ ପକ୍ଷରୁ ଧର୍ମଘଟ କରାଯିବ ବୋଲି ଶ୍ରୀ ଭେଙ୍କଟଚେଲମ୍ କହିଛନ୍ତି।
  
 Follow Us