ଚାଷୀ ଆନ୍ଦୋଳନରୁ ଫେରିବାର ଦୁଇଦିନ ପରେ ଆତ୍ମହତ୍ୟା କଲେ ଯୁବକ

ଚାଷୀ ଆନ୍ଦୋଳନରୁ ଫେରିବାର ଦୁଇଦିନ ପରେ ଆତ୍ମହତ୍ୟା କଲେ ଯୁବକ

indiatoday

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନରୁ ଫେରିବାର ଦୁଇଦିନ ପରେ ଆତ୍ମହତ୍ୟା କଲେ ଯୁବକ। ଡିସେମ୍ବର ୧୮ରେ ସେ ଦିଲ୍ଲୀରୁ ଫେରିଥିବା ବେଳେ ଏବେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି। ମୃତ ଯୁବକଙ୍କ ନାଁ ଗୁରୁଲାଭ ସିଂହ ବୋଲି ଜଣା ପଡ଼ିଥିବା ବେଳେ ଭଟିଣ୍ଡା ଜିଲ୍ଲାର ଦିନଲପୁରା ମିର୍ଜା ଗାଁର ବାସିନ୍ଦା ଥିଲେ।

ପୁଲିସର କହିବା ମୁତାବକ, ଶୁକ୍ରବାର ସେ ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନରୁ ଫେରି ଶନିବାର ବିଷ ପିଇଦେଇଥିଲେ। ପରିବାର ଲୋକେ ଏ ବିଷୟରେ ଜାଣିବା ପରେ ତୁରନ୍ତ ତାଙ୍କୁ ପାଖ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥି‌ଲେ। ଗୁରୁଲାଭ କ’ଣ ପାଇଁ ଆତ୍ମହତ୍ୟା କଲେ ତାହା ପଛର କାରଣ ଜଣାପଡ଼ିପାରି ନାହିଁ। ତେବେ ଗୁରୁଲାଭ ଜଣେ ଛୋଟ ଚାଷୀ ଥିବା ବେଳେ ସେ ୬ଲକ୍ଷ ଟଙ୍କାର ଋଣ ନେଇଥିଲେ ବୋଲି ପରିବାର ଲୋକ କହିଛନ୍ତି। ଏହାକୁ ନସୁଝି ପାରିବା ତାଙ୍କ ଆତ୍ମହତ୍ୟାର କାରଣ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe