ଦେଶରେ ଜଣଙ୍କଠାରେ ଦୁଇ ଭିନ୍ନ ଡୋଜ୍‌ର ପରୀକ୍ଷା ହେବ

Advertisment
ଦେଶରେ ଜଣଙ୍କଠାରେ ଦୁଇ ଭିନ୍ନ ଡୋଜ୍‌ର ପରୀକ୍ଷା ହେବ

photo-New Indian Express

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ଟିକାର ଅଭାବ ଦେଖାଦେଇଛି। ଲୋକଙ୍କୁ ଠିକ୍ ସମୟରେ ଟିକା ଉପଲବ୍ଧ ହେଉନାହିଁ। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଦେଶରେ ଦୁଇଟି ଭିନ୍ନ ଭିନ୍ନ ଟିକା ଡୋଜ୍ ଦେବା ନେଇ ଯୋଜନା ଚଳାଇଛନ୍ତି। ଏଥିସହିତ କୋଭିସିଲ୍‌ଡ୍‌ର ସିଙ୍ଗଲ୍ ଡୋଜ୍ ଟିକା ପ୍ରଦାନ ନେଇ ମଧ୍ୟ ଯୋଜନା କରାଯାଉଛି।

ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମାସକ ମଧ୍ୟରେ ଲୋକଙ୍କୁ ଦୁଇଟି ଭିନ୍ନ ଭିନ୍ନ ଟିକା ଦେବାର ଅନୁଧ୍ୟାନ ଆରମ୍ଭ ହେବ ଏବଂ ଦୁଇରୁ ଅଢ଼େଇ ମାସ ମଧ୍ୟରେ ଏହା ଶେଷ ହେବା ସମ୍ଭାବନା ରହିଛି। ଏକ ନୂଆ ଆପ୍‌ରେ ରେକର୍ଡ ହୋଇଥିବା ଟିକାକରଣ ତଥ୍ୟ କେନ୍ଦ୍ର ନେବ। ଫଳରେ ଟିକାକରଣ ପରେ ପ୍ରତିକୂଳ ପାର୍ଶ୍ବ ପ୍ରତିକ୍ରିୟା ଜାଣିବା ସହଜ ହେବ। ଉକ୍ତ ପ୍ଲାଟଫର୍ମକୁ କୋୱିନ୍ ଆପ୍ ସହିତ ସଂଯୋଗ କରାଯିବ। ଫଳରେ ଟିକା ନେଇଥିବା ବ୍ୟକ୍ତିର ଚିନ୍ତା ଦୂର ହେବା ସହିତ ଜଣେ ଜିଲ୍ଲାସ୍ତରୀୟ ଅଧିକାରୀ ମଧ୍ୟ ଏହି ବ୍ୟକ୍ତିଙ୍କ ଉପରେ ନଜର ରଖିବା ସହଜ ହେବ।
ନିକଟରେ ୨୦ ଜଣ ଲୋକଙ୍କୁ ଦୁଇଟି ଭିନ୍ନ ଭିନ୍ନ ଟିକା ଦିଆଯାଇଥିଲା। ଏହାପରେ ଏ ନେଇ କିଛି ଚିନ୍ତିତ ହେବାର ଆବଶ୍ୟକ ନାହିଁ ବୋଲି କେନ୍ଦ୍ର କହିଥିଲା। ନିତି ଆୟୋଗର ସ୍ବାସ୍ଥ୍ୟ ସଦସ୍ୟ ତଥା ‌ଭାରତର ‌‌କରୋନା ଟାସ୍କଫୋର୍ସର ମୁଖ୍ୟ ଭି କେ ପଲ୍ କହିଥିଲେ ଭିନ୍ନ ଭିନ୍ନ ଟିକା ଦିଆଗଲେ ତାହା ଫଳପ୍ରଦ ‌ହେଉଛି କି ନାହିଁ ତାହା ଉପରେ ଗଭୀର ଅନୁଧ୍ୟାନ କରାଯିବା ଆବଶ୍ୟକତା ରହିଛି।

ଏଥିସହିତ କୋଭିସିଲ୍‌ଡ ଟିକାର ଦ୍ବିତୀୟ ଡୋଜ ବ୍ୟବଧାନକୁ ବଢ଼ାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତିର ପ୍ରଭାବ କ’ଣ ରହିଛି ତାହାର ସମୀକ୍ଷା କରାଯିବ। ଫଳରେ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସମ୍ଭାବ୍ୟ ସିଙ୍ଗଲ୍ ଡୋଜ୍ ଟିକା ଯୋଜନାରେ ମଧ୍ୟ ଏହି ନିଷ୍ପତ୍ତି ସହାୟକ ହେବ। ସିଙ୍ଗଲ୍ ଡୋଜ୍ ଟିକା ଦିଆଗଲେ ଦେଶରେ କମ୍ ସମୟ ମଧ୍ୟରେ ବହୁ ‌ଅଧିକ ଲୋକଙ୍କୁ ଏଥିରେ ସାମିଲ କରାଯାଇ ପାରିବ। ଭାରତରେ କୋଭିସିଲ୍‌ଡ ନାମରେ ପ୍ରଦାନ କରାଯାଉଥିବା ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା ପ୍ରଥମେ ସିଙ୍ଗଲ୍ ଡୋଜ୍ ଆକାରରେ ଆରମ୍ଭ ହୋଇଥିଲା। କିନ୍ତୁ ଟିକାର ପ୍ରଭାବ ଅଧିକ ରହିବ ବୋଲି ଏହାକୁ ଦୁଇଟି ଡୋଜ୍ ଦେବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ତେବେ ସିଙ୍ଗଲ ଡୋଜ୍ ଟିକାର ଭୂତାଣୁରୁ ସୁରକ୍ଷା ଦେବାପାଇଁ ପର୍ଯ୍ୟାପ୍ତ ବୋଲି କୁହାଯାଉଛି। ଜନସନ୍ ଆଣ୍ଡ୍ ଜନସନ୍, ସ୍ପୁଟନିକ ଲାଇଟ୍ ଟିକା ଆ‌ଷ୍ଟ୍ରାଜେନେକା ଫର୍ମୁଲାରେ ପ୍ରସ୍ତୁତ ହୋଇଛି ଏବଂ ଏହା ସିଙ୍ଗଲ୍ ଡୋଜ୍ ରହିଛି। ତେଣୁ କୋଭିସିଲ୍‌ଡକୁ ମଧ୍ୟ ସିଙ୍ଗଲ ଡୋଜ୍ ଆକାରରେ ଦେବା ଲାଗି ମତ ପ୍ରକାଶ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe