ଲଣ୍ଡନ : ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ଫାଇଜର କୋଭିଡ ଟିକାର ଦୁଇଟି ଡୋଜ୍ ଶିଶୁ ମାନଙ୍କୁ ଦୀର୍ଘ ସମୟ ଧରି କୋଭିଡରୁ ରକ୍ଷା କରିପାରିବ। ଆମେରିକାର ଫୁଡ ଏଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ୧୨ ରୁ ୧୫ ବର୍ଷର ଶିଶୁଙ୍କୁ ୨୧ ଦିନ ବ୍ୟବଧାନରେ ୨ଟି ଡୋଜ୍ ଟିକା ଦେବା ପାଇଁ ଅନୁମୋଦନ କରିଛି। କିନ୍ତୁ ବ୍ରିଟେନର ମୁଖ୍ୟ ଚିକିତ୍ସା ଅଧିକାରୀମାନେ କେବଳ ଗୋଟିଏ ଡୋଜ ପାଇଁ ଅନୁମୋଦନ କରିଛନ୍ତି। ତେବେ ସ୍ୱାସ୍ଥ୍ୟବସ୍ଥାରେ ଦୁର୍ବଳ ଥିବା ପିଲାମାନଙ୍କୁ ଏବଂ ଚିକିତ୍ସାଳୟରେ ରୋଗୀଙ୍କ ସହ ରହୁଥିବା ଲୋକଙ୍କୁ ଦୁଇ ଡୋଜ୍ ଟିକା ଦିଆଯାଉଛି। ସେପ୍ଟେମ୍ବର ୧୫ ସୁଦ୍ଧା, ପ୍ରତି ୧ ଲକ୍ଷ ଶିଶୁରେ ୬୮୦ ଜଣ (୧୨-୧୭ ବର୍ଷ) ଶିଶୁ ପ୍ରତି ସପ୍ତାହରେ କୋଭିଡ ସଂକ୍ରମିତ ହେଉଥିବା ଜଣାପଡିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us