ନୂଆଦିଲ୍ଲୀ: ଭାରତର ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଆହୁରି ଅଧିକ ଶକ୍ତିଶାଳୀ ହେବ। ରୁଷ୍ଠାରୁ ଦୁଇଟି ନୂଆ ଯୁଦ୍ଧ ଜାହାଜ ଆସିବ। ଏହି ଯୁଦ୍ଧ ଜାହାଜ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରରେ ଲାଗିବ। ଏନେଇ ରୁଷ୍ ସହ ୨+୨ ଯୋଜନା ଅଧୀନରେ ୯୫୦ ନିୟୁତ ଡଲାର୍ର ଏକ ଚୁକ୍ତି ସ୍ବାକ୍ଷର ହୋଇଛି। ଏହି ଦୁଇଟି ଯୁଦ୍ଧ ଜାହାଜ ରୁଷ୍ଠାରୁ ସିଧାସଳଖ ଭାବେ କିଣାଯିବ। ୨୦୨୨ ସୁଦ୍ଧା ଏହା ଭାରତକୁ ମିଳିବ। ଚଳିତ ମାସ ପ୍ରାରମ୍ଭରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ବୈଠକରେ ଏହି ପ୍ରକଳ୍ପକୁ ଚୂଡ଼ାନ୍ତ ରୂପ ମିଳିଥିଲା। ସେହିଭଳି ଭାରତରେ ମଧ୍ୟ ୨ଟି ଯୁଦ୍ଧ ଜାହାଜ ନିର୍ମାଣ ପାଇଁ ଏକ ଚୁକ୍ତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏନେଇ ଚୁକ୍ତି ସ୍ବାକ୍ଷର ହେବ।
ରୁଷ୍ରୁ ଆସିବ ୨ ଯୁଦ୍ଧଜାହାଜ
Advertisment
Follow Us