ବିଜେପିରେ ଯୋଗ ଦେଲେ ଲୋକପ୍ରିୟ ତାମିଲ ଚିତ୍ରତାରକା ନମିତା ଏବଂ ରାଧା ରବି

Advertisment
ବିଜେପିରେ ଯୋଗ ଦେଲେ ଲୋକପ୍ରିୟ ତାମିଲ ଚିତ୍ରତାରକା ନମିତା ଏବଂ ରାଧା ରବି

ଚେନ୍ନାଇ: ଭାରତର ଅଧିକାଂଶ କ୍ଷେତ୍ରରେ ନିଜର ଦବଦବା ଜାହିର କରିସାରିଥିଲେ ବି ଦକ୍ଷିଣ ଭାରତରେ କର୍ଣ୍ଣାଟକକୁ ଛାଡ଼ି ଅନ୍ୟ ରାଜ୍ୟରେ ସେଭଳି ସଫଳତା ହାସଲ କରିନାହିଁ। ଏଣୁ ଏବେ ବିଜେପି ତାମିଲନାଡ଼ୁ ଉପରେ ନଜର ପକାଇଛି। ଗତ ଦିନ ହେବ ବିଜେପି ତାମିଲନାଡୁ ସମେତ ପୁରା ଦକ୍ଷିଣ ଭାରତରେ ନିଜର ଉପସ୍ଥିତି ବଢାଇବାକୁ ପ୍ରୟାସ କରୁଛି ।

ଏହି ପରିପ୍ରେକ୍ଷୀରେ ଲୋକପ୍ରିୟ ତାମିଲ ଫିଲ୍ମ ଚିତ୍ର ତାରକା ନମିତା ଏବଂ ରାଧା ରବି ଗତକାଲି ବିଜେପିରେ ଯୋଗ ଦେଇ ଦଳର ଶକ୍ତି ବଢ଼ାଇଛନ୍ତି। ଉଭୟ କଳାକାର ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିବା ଜଣାଯାଇଛି ।

Image result for radha ravi Image Source-Timesofindia

ସୂଚନାଯୋଗ୍ୟ, ଏହା ପୂର୍ବରୁ ରାଧା ରବି ଡିଏମକେ ରେ ଥିଲେ, ହେଲେ ଅଭିନେତ୍ରୀ ନୟନତାରାଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେବା ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ଏହାପରେ ସେ ଗତ ଜୁନ ମାସରେ ଏଆଇଏଡିଏମକେରେ ସାମିଲ ହୋଇଥିଲେ। କିନ୍ତୁ ତାମିଲଫିଲ୍ମ ଷ୍ଟାର ନମିତା ପ୍ରଥମ ଥର ରାଜନୀତିରେ ସକ୍ରିୟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe