ଦୁଷ୍କର୍ମ ବା ଯୌନ ଉତ୍ପୀଡ଼ନ ଘଟଣା ସୁନିଶ୍ଚିତ କରିବା ପାଇଁ ଚାଲିଥିବା ‘ଟୁ-ଫିଙ୍ଗର୍‌ ଟେଷ୍ଟ୍‌’ ବନ୍ଦ କରିବାକୁ କହିଲେ ସୁପ୍ରିମ୍‌ କୋର୍ଟ

Advertisment
ଦୁଷ୍କର୍ମ ବା ଯୌନ ଉତ୍ପୀଡ଼ନ ଘଟଣା ସୁନିଶ୍ଚିତ କରିବା ପାଇଁ ଚାଲିଥିବା ‘ଟୁ-ଫିଙ୍ଗର୍‌ ଟେଷ୍ଟ୍‌’ ବନ୍ଦ କରିବାକୁ କହିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଦୁଷ୍କର୍ମ ଏବଂ ଯୌନ ଉତ୍ପୀଡ଼ନ ବିଷୟରେ ସୁନିଶ୍ଚିତ ହେବାକୁ ଚାଲି ଆସିଥିବା ‘ଟୁ-ଫିଙ୍ଗର୍‌ ଟେଷ୍ଟ୍‌’ ବ୍ୟବସ୍ଥାକୁ ସମାଲୋଚନା କରି ଏହାକୁ ବନ୍ଦ କରାଇବା ନିମନ୍ତେ ଆଜି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ କହିଛନ୍ତି।

ନାରୀମାନଙ୍କର ବିଗତ ଯୌନ ସମ୍ପର୍କ ନିର୍ଦ୍ଧାରଣ କରିବା ନିମନ୍ତେ ଏହି ପରୀକ୍ଷାର ବିଜ୍ଞାନସମ୍ମତ ନୁହେଁ, ବରଂ ଏହା ସେମାନଙ୍କୁ ପୁଣି ମାନସିକ ଆଘାତ ଦେଉଛି। ଯଦି କେହି ପୀଡ଼ିତାଙ୍କ କ୍ଷେତ୍ରରେ ‘ଟୁ-ଫିଙ୍ଗର୍‌ ଟେଷ୍ଟ୍‌’ କରନ୍ତି ତେବେ, ସେ ଅସଦାଚରଣ କରିଛନ୍ତି ବୋଲି ଦୋଷୀ ସାବ୍ୟସ୍ତ ହେବେ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

publive-image Image Courtesy of Google News

ସୁପ୍ରିମ୍‌ କୋର୍ଟ କହିଛନ୍ତି, ତା’ ସହ ଦୁଷ୍କର୍ମ କରାଯାଇଛି ବୋଲି ଜଣେ ନାରୀ କହୁଥିବା ବେଳେ ତାଙ୍କୁ ବିଶ୍ବାସ ନ କରିବା ହେଉଛି ପୁରୁଷମାନଙ୍କ ପୁରୁଷ ନିୟନ୍ତ୍ରିତ ସମାଜ ଓ ନାରୀମାନଙ୍କ ପ୍ରତି ଅସୂୟା ମନୋଭାବର ଅଭିବ୍ୟକ୍ତି।

publive-image Image Courtesy of NDTV

ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଜଣେ ଦୁଷ୍କର୍ମ ଓ ହତ୍ୟାକାରୀ ଦୋଷୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଦୋଷମୁକ୍ତ କରି ଦେଇଥିବା ରାୟକୁ ରଦ୍ଦ କରିବା ବେଳେ ସୁପ୍ରିମ୍‌ କୋର୍ଟ ଉପରୋକ୍ତ କଥା କହିଛନ୍ତି। ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିବା ପରେ ଏହି ମାମଲାରେ ସୁପ୍ରିମ୍‌ କୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe