ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ବୋମା ମାଡ଼

ଇସ୍ରାଏଲର ଉତ୍ତର ସହର ସିଜେରିଆରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଘର ଉପରକୁ ଦୁଇଟି ବୋମା ମାଡ଼। ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍ ‘ଏକ୍ସ’ରେ ଏକ ପୋଷ୍ଟରେ ଏହି ଘଟଣାକୁ ନିନ୍ଦା କରିବା ସହ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି।

ଦସ୪୩ପ

ତେଲ ଅଭିଭ୍‌: ଇସ୍ରାଏଲର ଉତ୍ତର ସହର ସିଜେରିଆରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଘର ଉପରକୁ ଦୁଇଟି ବୋମା ମାଡ଼ ହୋଇଛି। ଶନିବାର ଏ ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ବୋମାମାଡ଼ ସମୟରେ ନେତନ୍ୟାହୁ କିମ୍ବା ତାଙ୍କ ପରିବାର ଘରେ ନଥିଲେ ଏବଂ କୌଣସି କ୍ଷୟକ୍ଷତିର ଖବର ମିଳିନଥିଲା ବୋଲି ବିବୃତିରେ କୁହାଯାଇଛି।  

ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ ରବିବାର ସକାଳୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି ଯେ ଏହି ଘଟଣା "ସମସ୍ତ ରେଡ୍ ଲାଇନ୍" ଅତିକ୍ରମ କରିଛି। କାଟ୍ଜ ମଧ୍ୟ ସୁରକ୍ଷା ଏବଂ ନ୍ୟାୟିକ ଏଜେନ୍ସିଗୁଡ଼ିକୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି। 

ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍ ‘ଏକ୍ସ’ରେ ଏକ ପୋଷ୍ଟରେ ଏହି ଘଟଣାକୁ ନିନ୍ଦା କରିବା ସହ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ବିରୋଧରେ ଉତ୍ତେଜନା ସବୁ ସୀମା ଅତିକ୍ରମ କରିଛି ବୋଲି ସୁରକ୍ଷା ମନ୍ତ୍ରୀ ଇଟାମାର ବେନ୍ ଗାଭିର କହିଛନ୍ତି। ଆଜି ରାତିରେ ତାଙ୍କ ଘରେ ଫ୍ଲାସ୍ ବୋମା ମାଡ଼ କରିବା ଆଉ ଏକ ରେଡ୍ ଲାଇନ୍ ଅତିକ୍ରମ କରିବା ଭଳି। 
ସୂଚନାଯୋଗ୍ୟ, ଏହା ପୂର୍ବରୁ ଅକ୍ଟୋବର ମାସରେ ସିଜେରିଆରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବାସଭବନ ଆଡ଼କୁ ଡ୍ରୋନ୍ ଉତକ୍ଷେପଣ କରାଯାଇଥିଲା, ଯେଉଁଥିରେ କୌଣସି କ୍ଷୟକ୍ଷତି ହୋଇନଥିଲା। ଉତ୍ତରରେ ଇସ୍ରାଏଲ ସେନା ୨୦୨୩ ଅକ୍ଟୋବରରୁ ଲେବାନନ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ସହ ଯୁଦ୍ଧ ଜାରି ରଖିଛି। ଶନିବାରର ଏହି ଘଟଣା ପାଇଁ କେହି ନିଜକୁ ଦାୟୀ କରିନାହାନ୍ତି।   

ଏହା ପୂର୍ବରୁ ଅକ୍ଟୋବର ମାସରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଥିଲେ ଯେ ଇରାନର ପ୍ରୋକ୍ସି ହିଜବୁଲ୍ଲା ସିଜେରିଆ ସହରରେ ତାଙ୍କ ଘର ପାର୍ଶ୍ୱରେ ଡ୍ରୋନ୍‌ରେ ଆକ୍ରମଣ କରି ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ଯଦିଓ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି, କିନ୍ତୁ ଇସ୍ରାଏଲରେ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ ଥିଲେ ମଧ୍ୟ ଏହା ଡ୍ରୋନରୁ ସୁରକ୍ଷିତ ନୁହେଁ ବୋଲି ଏହି ଘଟଣା ପଦାକୁ ଆଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe