ଦୁଇ ହେଲିକପ୍ଟର ଧକ୍କା: ୪ ମୃତ, ୩ ଆହତ

Advertisment
ଦୁଇ ହେଲିକପ୍ଟର ଧକ୍କା: ୪ ମୃତ, ୩ ଆହତ

India Today

ସିଡ଼ନି: ଅଷ୍ଟ୍ରେଲିଆ ଉପକୂଳରେ ସୋମବାର ଦୁଇ ହେଲିକପ୍ଟର ଭିତରେ ଧକ୍କା ହେବାରୁ ଗୋଟିକର ଯାତ୍ରୀମାନେ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଆହତଙ୍କୁ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। କ୍ବିନ୍ସଲାଣ୍ଡ ରାଜ୍ୟର ବ୍ରିସବେନ ନଗରୀରୁ ୪୫ କିମି ଦୂରରେ ଗୋଲ୍‌ଡ କୋଷ୍ଟ ଅନ୍ତର୍ଗତ ମେନ୍ ବିଚ୍ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣା ପରେ ବି ଗୋଟିଏ ହେଲିକପ୍ଟର ନିରାପଦରେ ଅବତରଣ କରିବାକୁ ସକ୍ଷମ ହୋଇଥିଲା। ଘଟଣାସ୍ଥଳରେ ପୁଲିସ ଓ ପାରାମେଡିକାଲ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe