Free Press Journal
ପୁନେ: ଭାରତୀୟ ସେନାର ଦୁଇଜଣ ଯବାନଙ୍କର ପୁଣେର କଲେଜ ଅଫ ମିଲିଟାରି ଇଞ୍ଜିନିୟରିଂରେ ଅଭ୍ୟାସ ସମୟରେ ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ ୯ଜଣ ଯବାନ ବି ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ଆହତ ଯବାନଙ୍କୁ ସେନା ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଆହତଙ୍କ ମଧ୍ୟରେ ଜଣେ ଜେସିଓ ଥିବା ସୂଚନା ମିଳିଛି।
ସେନା ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଗୁରୁବାର ସକାଳ ପ୍ରାୟ ୧୧.୫୦ରେ ଯବାନମାନେ ବେଲି ସସ୍ପେନ୍ସନ୍ ବ୍ରିଜକୁ ଲଞ୍ଚ୍ କରିବା ପାଇଁ ଅଭ୍ୟାସ କରୁଥିଲେ। ଏହି ପ୍ରଶିକ୍ଷଣ ସମୟରେ ବ୍ରିଜର ଟାୱାର ଭୁଶୁଡ଼ି ପଡ଼ିଥିଲା। ଫଳରେ ଦୁର୍ଘଟଣାରେ ଘଟଣାସ୍ଥଳରେ ୯ ଜଣ ଯବାନ ଆହତ ହୋଇଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା।
India TVକଲେଜ ଅଫ୍ ମିଲିଟାରି ଇଞ୍ଜିନିୟରିଂ (ସିଏମ୍ଇ) ଭାରତୀୟ ସେନାର ଇଞ୍ଜିନିୟରଙ୍କ ଲାଗି ଏକ ପ୍ରମୁଖ ବୈଷୟିକ ଓ ସାମରିକ ପ୍ରଶିକ୍ଷଣ କେନ୍ଦ୍ର ଅଟେ । ଏହି କଲେଜରେ ମିଳୁଥିବା ପ୍ରଶିକ୍ଷଣ ମଧ୍ୟରେ ମିଲିଟାରି ଇଞ୍ଜିନିୟରିଂ, ଓ୍ଵାର୍ଡର ଇଞ୍ଜିନିୟରିଂ ସର୍ଭିସେଜ (ବିଆରଇଏସ୍) ଓ ସର୍ଭେ ସାମିଲ ରହିଛି।
Follow Us