ସାପୋର୍‌ ଏନ୍‌କାଉଣ୍ଟର୍‌: ୨ ଜୈଶ୍‌-ଏ-ମହମ୍ମଦ୍‌ ଆତଙ୍କବାଦୀ ନିହତ, ଜଣେ ସାଧାରଣ ନାଗରିକ ଆହତ

ସାପୋର୍‌ ଏନ୍‌କାଉଣ୍ଟର୍‌: ୨ ଜୈଶ୍‌-ଏ-ମହମ୍ମଦ୍‌ ଆତଙ୍କବାଦୀ ନିହତ, ଜଣେ ସାଧାରଣ ନାଗରିକ ଆହତ

Image Courtesy of India Today

ଶ୍ରୀନଗର: ବୁଧବାର ରାତିରେ ଉତ୍ତର କଶ୍ମୀରର ସୋପୋର ବୋମାଇ ଗାଁରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳିବିନିମୟ ଘଟି ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍‌-ଏ-ମହମ୍ମଦ୍‌’ର ୨ଜଣ ଆତଙ୍କବାଦୀ ନିହତ ଓ ଜଣେ ସାଧାରଣ ନାଗରିକ ଆହତ ହୋଇଥିବା କଥା ଆଜି ପୁଲିସ କହିଛି।

ଜଣେ ପୁଲିସ ଅଧିକାରୀ କହିଛନ୍ତି, ବାରମୂଳା ଜିଲ୍ଲାର ସୋପୋର୍‌ ନଗରୀ ଅନ୍ତର୍ଗତ ବୋମାଇ ଅଞ୍ଚଳରେ ବୁଧବାର ରାତିରେ ନିରାପତ୍ତା ବଳ ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଚଳାଉଥିବା ବେଳେ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା।

ଏହି ଅଭିଯାନରେ ନିରାପତ୍ତା କର୍ମଚାରୀମାନେ ୨ଜଣ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ଗୁଳି ବିନିମୟ ସମୟରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍‌-ଏ-ମହମ୍ମଦ’ ସହିତ ସଂଶ୍ଳିଷ୍ଟ ଥିବା ଉକ୍ତ ଆତଙ୍କବାଦୀ ଦୁହେଁ ସାଧାରଣ ନାଗରିକମାନଙ୍କ ଉପରେ ଆକ୍ରମଣ କରିବା ଲାଗି ଯୋଜନା କରୁଥିଲେ।

publive-image Image Courtesy of Zee News

ଟୁଇଟ୍‌ କରି କଶ୍ମୀର ‘ଏଡିଜିପି’ ବିଜୟ କୁମାର କହିଛନ୍ତି, ନିହତ ‘ଜେଇଏମ୍‌’ ଆତଙ୍କବାଦୀମାନେ ହେଉଛନ୍ତି ସୋପୋର୍‌ର ମହମ୍ମଦ୍‌ ରଫି ଏବଂ ପୁଲ୍‌ୱାମାର କାଇଜର୍‌ ଅଶରଫ୍‌। ରଫି ଆଗରୁ ୨ ଥର ‘ପିଏସ୍ଏ’ରେ ବୁକ୍‌ ହୋଇସାରିଥିଲଶ। ଉଭୟେ କେତେଗୁଡ଼ିଏ ଆତଙ୍କବାଦୀ ଅପରାଧ ମାମଲାରେ ଜଡ଼ିତ ଅଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ସୋପୋର ଅଞ୍ଚଳରେ ସେମାନେ ସାଧାରଣ ନାଗରିକମାନଙ୍କୁ ଉପରେ ଆକ୍ରମଣ କରିବା ଲାଗି ଯୋଜନା କରୁଥିଲେ।

ସୂଚନାଯୋଗ୍ୟ, ଏହା ହେଉଛି ଚଳିତ ବର୍ଷର ୯୨ତମ ଏନ୍‌କାଉଣ୍ଟର୍‌ ଏବଂ ଏଥିରେ ଏଯାବତ୍‌ ନିରାପତ୍ତା ବଳ ପ୍ରାୟ ୧୪୮ଜଣ ଆତଙ୍କବାଦୀଙ୍କୁ ହତ୍ୟା କରି ସାରିଲେଣି। ସେମାନଙ୍କ ମଧ୍ୟରୁ ୩୮ଜଣ ହେଉଛନ୍ତି ପାକିସ୍ତାନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe