ଝାଡ଼ଖଣ୍ଡରେ ୨ ନାବାଳକଙ୍କୁ ପିଟିପିଟି ହତ୍ୟା

ଝାଡ଼ଖଣ୍ଡରେ ୨ ନାବାଳକଙ୍କୁ ପିଟିପିଟି ହତ୍ୟା

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସମ୍ପତ୍ତି ବିବାଦରୁ ଦୁଇ ନାବାଳକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଝାଡ଼ଖଣ୍ଡର ଚାହୋଁ ଅଞ୍ଚଳରେ ଏହି ଘଟଣା ଘଟିଛି। ୨ ନାବାଳକ ମନୀଶ ଓରାଓଁ (୧୨) ଏବଂ ଗଣେଶ ଭଗତ (୧୬) ବୋଲି ଚିହ୍ନଟ କରାଯାଇଛି। ମନୀଶ୍‌କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା ଏବଂ ଗଣେଶର ମୃତ ଦେହ ଏକ କୁଡ଼ିଆରୁ ମିଳିଥିଲା। ସେମାନଙ୍କ ମୃତଦେହ ନିକଟରୁ ଏକ ବାଡ଼ି ମିଳିଛି। ତେଣୁ ସେମାନଙ୍କୁ ପିଟିପିଟି ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି।

ପୁଲିସ ଉକ୍ତ ମାମଲାରେ ୩ ଜଣଙ୍କୁ ଅଟକ ରଖି ଜେରା କରୁଛି। ମାମଲାର ତଦନ୍ତ ଜାରି ରହିଛି। ଇତି ମଧ୍ୟରେ ଗ୍ରାମବାସୀମାନେ ଏହି ହତ୍ୟାକାଣ୍ଡକୁ ବିରୋଧ କରି ରାଞ୍ଚିକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଏବଂ ରାସ୍ତାକୁ ବନ୍ଦ କରିଛନ୍ତି। ଗଣେଶ ଭଗତର ବାପା ସିବି କହିଛନ୍ତି, ତାଙ୍କ ପୁଅକୁ କିଛି ପିଲା ତାଙ୍କ କ୍ଷେତକୁ ପ୍ରବେଶ କରିବାପାଇଁ ମନା କରିଥିଲେ। କ୍ଷେତରେ ପ୍ରବେଶ ‌କ‌ଲେ ସେମାନେ ଫଳାଫଳ ଭୋଗିବାର ଧମକ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe