Image Courtesy of Zee News
ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ୍ ସହ ଚାଲିଥିବା ସୀମାନ୍ତ ବିବାଦ ମଧ୍ୟରେ ସମୁଦ୍ର ପତ୍ତନ ଠାରୁ ୮ରୁ ୧୨ ହଜାର ଫୁଟ୍ ଉଚ୍ଚରେ ବାୟୁସେନାର ଅଭିଯାନ ନିମନ୍ତେ ହିନ୍ଦୁସ୍ତାନ ଏରୋନଟିକ୍ସ୍ ଲିମିଟେଡ୍ ଦ୍ବାରା ବିକଶିତ ଦୁଇଟି ହାଲୁକା ଲଢୁଆ ହେଲିକପ୍ଟର୍ ଲେହରେ ମୁତୟନ କରାଯାଇଛି। ସୁଉଚ୍ଚ ଅଭିଯାନରେ ‘ହାଲ୍’ର ଏହି ହେଲିକପ୍ଟର୍ ଦୁଇଟି ଭାରତୀୟ ବାୟୁସେନାକୁ ସାହାଯ୍ୟ କରିବ।
ଟୁଇଟ୍ କରି ବୁଧବାର ଦିନ ‘ହାଲ୍’ ଏହି ସୂଚନା ସେୟାର୍ କରି ଲେଖିଛି, ଲେହ ସେକ୍ଟର୍ରେ ସୁଉଚ୍ଚ ମିସନ୍ରେ ଭାରତୀୟ ବାୟୁସେନାକୁ ସହାୟତା କରିବାକୁ ‘ହାଲ୍’ ଉତ୍ପାଦିତ ଦୁଇଟି ହାଲୁକା ଲଢୁଆ ହେଲିକପ୍ଟର୍ ମୁତୟନ କରାଯାଇଛି। ବରାଦ ପାଇବାର ଖୁବ୍ ସ୍ବଳ୍ପ ସମୟର ମଧ୍ୟରେ ହେଲିକପ୍ଟର୍ ଦୁଇଟି ଯୋଗାଇ ଦିଆଯାଇଛି।
Image Courtesy of Zee News‘ହାଲ୍’ର ସିଏମ୍ଡି ଆର୍. ମାଧବନ କହିଛନ୍ତି, ଏହା ହେଉଛି ବିଶ୍ବର ସବୁଠୁ ହାଲୁକା ହେଲିକପ୍ଟର୍। ଭାରତୀୟ ସଶସ୍ତ୍ର ବଳର ନିର୍ଦ୍ଦିଷ୍ଟ ଏବଂ ଅଭିନବ ଆବଶ୍ୟକତାକୁ ଆଧାର କରି ‘ହାଲ୍’ ଏହାକୁ ବିକଶିତ କରିଛି। ଆତ୍ମନିର୍ଭର ଭାରତରେ ଏହା ‘ହାଲ୍’ର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ମଧ୍ୟ ପ୍ରତିଫଳିତ କରୁଛି।
ନିକଟରେ ଭାଇସ୍ ଚିଫ୍ ଅଫ୍ ଏୟାର୍ ଷ୍ଟାଫ୍, ଏୟାର୍ ମାର୍ସାଲ୍ ହରଜିତ ସିଂହ ଅରୋରା ‘ହାଲ୍’ର ଟେଷ୍ଟ୍ ପାଇଲଟ୍ ଅବସରପ୍ରାପ୍ତ ଉଇଙ୍ଗ୍ କମାଣ୍ଡର୍ ସୁବାସ ପି ଜନ୍ଙ୍କ ସହ ପରୀକ୍ଷାମୂଳକ ଅଭିଯାନରେ ସାମିଲ୍ ହୋଇଥିଲେ।
Follow Us