ମଦ୍ରାସାରେ ଡ୍ରେସ କୋଡ ଲାଗୁ କରିବା ନେଇ ମୁହାଁମୁହିଁ ହେଲେ ଯୋଗୀ ସରକାରଙ୍କ ୨ ମନ୍ତ୍ରୀ

Advertisment
ମଦ୍ରାସାରେ ଡ୍ରେସ କୋଡ ଲାଗୁ କରିବା ନେଇ ମୁହାଁମୁହିଁ ହେଲେ ଯୋଗୀ ସରକାରଙ୍କ ୨ ମନ୍ତ୍ରୀ

ଲକ୍ଷ୍ନୌ: ମଦ୍ରାସାରେ ଡ୍ରେସ କୋଡ ଲାଗୁ କରିବା ନେଇ ଯୋଗୀ ସରକାରଙ୍କ ୨ଜଣ ମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜଣେ ମନ୍ତ୍ରୀ ମୋହସିନ ରଜା ଗୋଟିଏ ଦିନ ପୂର୍ବରୁ ବୟାନ ଦେଇଥିଲେ ଯେ, ରାଜ୍ୟ ସରକାର ମଦ୍ରାସାରେ ଛାତ୍ରଛାତ୍ରୀଙ୍କୁ ଡ୍ରେସକୋଡ ଦିଆଯିବ। ଏହି ଡ୍ରେସ କୋର୍ଡ ସଂପୂର୍ଣ୍ଣ ଭାବେ ସାଧାରଣ ଭାବେ ପ୍ରସ୍ତୁତ ହେବ ବୋଲି କୁହାଯାଇଥିଲା, ଯେଉଥିରେ କି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାନତା ଦେଖାଯିବ। ମୋହସିନ ରଜା କହିଥିଲେ ମଦ୍ରାସାରେ ଉର୍ଦ୍ଦୁ ବ୍ୟତୀତ ହିନ୍ଦୀ, ଇଂରାଜୀ ଓ ବିଜ୍ଞାନ ସହିତ କମ୍ପ୍ୟୁଟର ମଧ୍ୟ ପଢ଼ାଯାଉ।

ଟୁଇଟରରେ ବୁଧବାର ମନ୍ତ୍ରୀ ରଜାଙ୍କ ବୟାନକୁ ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ ମନ୍ତ୍ରୀ ତଥା ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ନାରାୟଣ ଚୌଧୁରୀ ଖଣ୍ଡନ କରିଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି ଯେ, ମଦ୍ରାସାରେ ଡ୍ରେସ କୋର୍ଡ ଲାଗୁ କରିବା ନେଇ ସରକାର କୌଣସି ନୀତି ନିର୍ଦ୍ଧାରଣ କରି ନାହାନ୍ତି। ଏହି ବିଷୟକୁ ନେଇ ବିଭାଗର କୌଣସି ମନ ନାହିଁ।

ଦୁଇ ଜଣ ମନ୍ତ୍ରୀଙ୍କ ପରସ୍ପର ବିରୋଧାଭାସି ବୟାନ ମଧ୍ୟରେ ମୁସଲିମ ଧର୍ମଗୁରୁ ଓ ମୁସଲିମ ସଂଗଠନ ମଧ୍ୟ ସରକାରଙ୍କ ଉପରେ ବିରକ୍ତ ପ୍ରକାଶ କରିଛନ୍ତି। ମୌଲାନା ସୁଫିୟାନ ନିଜାମୀ ଗଣମାଧ୍ୟମକୁ କହିଛନ୍ତି, ଯେତେବେଳେ ନିଜ ହିସାବରେ ସଂସ୍ଥା ଚଳାଇବାକୁ ଦାୟିତ୍ୱ ଦିଆଯାଇଛି, ପୁଣି ବାରମ୍ବାର କାହିଁକି ମଦ୍ରାସାକୁ ଟାର୍ଗେଟ କରାଯାଉଛି। ସରକାର ଡ୍ରେସ କୋଡ ଲାଗୁ କରିବା ପୂର୍ବରୁ ପ୍ରଥମେ ମଦ୍ରାସାର ଅବସ୍ଥାକୁ ଠିକ କରିବାକୁ କିଛି କରୁ ନାହାନ୍ତି କାହିଁକି?

publive-image

ଉଲ୍ଲେଖଯୋଗ୍ୟ ଉତ୍ତର ପ୍ରଦେଶରେ ଯୋଗୀ ସରକାର କ୍ରମାଗତ ଭାବେ ମଦ୍ରାସାକୁ ନେଇ ନୂଆ ଓ ଗୁରୁତ୍ୱପୂର୍ଣ୍ଣ ଫଇସଲା ଶୁଣାଉଛନ୍ତି। ନିକଟରେ ମଦ୍ରାସାରେ ଏନସିଇଆରଟି ପାଠ୍ୟକ୍ରମ ଲାଗୁ କରାଯାଇଥିଲା। ଏଥି ସହିତ ମଦ୍ରାସାରେ ଗଣିତ, ବିଜ୍ଞାନ, କମ୍ପ୍ୟୁଟର ଓ ସାମାଜିକ ବିଜ୍ଞାନ ପାଠ୍ୟକ୍ରମକୁ ହିନ୍ଦି ଓ ଇଂରାଜୀ ମାଧ୍ୟମରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟ ସରକାର କହିଥିଲେ ଯେ, ଉତ୍ତର ପ୍ରଦେଶର ମଦ୍ରାସାରେ ଗୁଣାତ୍ମକ ଶିକ୍ଷା ଦେବା ଏହାର ମୂଳ ଉଦ୍ଦେଶ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe