Image Courtesy of The Hindu
ନୂଆଦିଲ୍ଲୀ : ସୁପ୍ରିମକୋର୍ଟକୁ ଆଉ ୨ ଜଣ ନୂଆ ବିଚାରପତି ମିଳିବେ। ପ୍ରଧାନ ବିଚାରପତି ଏନ୍ଭି ରମଣାଙ୍କ ନେତୃତ୍ବାଧୀନ କଲେଜିୟମ୍ ଦୁଇଟି ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବିଚାରପତିଙ୍କ ପଦୋନ୍ନତି ପାଇଁ ସୁପାରିସ କରିଛନ୍ତି। ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ସୁଧାଂଶୁ ଧୁଲିଆ ଏବଂ ଗୁଜରାଟ ହାଇକୋର୍ଟ ବିଚାରପତି ଜେ.ବି ପର୍ଦିୱାଲାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିବ। ସିଜେଆଇ ରମଣାଙ୍କ ଅଧ୍ୟକ୍ଷତାରେ ହୋଇଥିବା କଲେଜିୟମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୁପ୍ରିମକୋର୍ଟର ନିର୍ଦ୍ଧାରିତ ପଦବି ସଂଖ୍ୟା ୩୪। ଏଥିରୁ ୨ଟି ପଦ ଖାଲି ପଡ଼ିଛି। କିନ୍ତୁ କିଛି ବିଚାରପତି ଆଗକୁ ଅବସର ନେବେ। ତେଣୁ ଏହା ପୂର୍ବରୁ ୨ ବିଚାରପତିଙ୍କ ପଦୋନ୍ନତି ପାଇଁ ସୁପାରିସ କରାଯାଇଛି।
Follow Us