ପୁଅ ଯଦି ଦୋଷୀ ତା’ସହ ଅପରାଧୀ ଭଳି ବ୍ୟବହାର କର; ସିଦ୍ଦିକିଙ୍କ ହତ୍ୟାକାରୀଙ୍କ ପରିବାର

Advertisment

ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ପୁଲିସ ୪ଜଣ ହତ୍ୟାକରୀଙ୍କୁ ଚିହ୍ନଟ କରିଥିବା ବେଳେ ୩ଜଣକୁ (ଧର୍ମରାଜ୍ କଶ୍ୟପ, ପ୍ରବୀଣ ଲୋନକର ଓ ଗୁରମୈଲ ବଲଜିତ ସିଂହ) ଗିରଫ କରାଯାଇଛି। ଏହା ସହ ଅନ୍ୟ ଜଣେ (ଶିବକୁମାର ଗୌତମ) ଫେରାର ଅଛି। ଏବେ ଧର୍ମରାଜ୍ ଓ ଶିବକୁମାରଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ଆସିଛି।

ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ପୁଲିସ ୪ଜଣ ହତ୍ୟାକରୀଙ୍କୁ ଚିହ୍ନଟ କରିଥିବା ବେଳେ ୩ଜଣକୁ (ଧର୍ମରାଜ୍ କଶ୍ୟପ, ପ୍ରବୀଣ ଲୋନକର ଓ ଗୁରମୈଲ ବଲଜିତ ସିଂହ) ଗିରଫ କରାଯାଇଛି। ଏହା ସହ ଅନ୍ୟ ଜଣେ (ଶିବକୁମାର ଗୌତମ) ଫେରାର ଅଛି। ଏବେ ଧର୍ମରାଜ୍ ଓ ଶିବକୁମାରଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ଆସିଛି।

upp

ଲକ୍ଷ୍ନୌ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ  ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ମୁମ୍ବାଇରେ ଶନିବାର ହତ୍ୟା କରାଯାଇଥିଲା। ହତ୍ୟାକାରୀମାନେ ୬ରାଉଣ୍ଡ ଗୁଳି ଚଳାଇଥିବା ବେ‌ଳେ ୩ଟି ଗୁଳି ବାବା ସିଦ୍ଦିକି ଦେହରେ ବାଜିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।  ୪ଜଣ ହତ୍ୟାକରୀଙ୍କ ମଧ୍ୟରୁ ଏବେ  ୩ଜଣକୁ (ଧର୍ମରାଜ୍ କଶ୍ୟପ, ପ୍ରବୀଣ ଲୋନକର ଓ ଗୁରମୈଲ ବଲଜିତ ସିଂହ) ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ (ଶିବକୁମାର ଗୌତମ) ଫେରାର ଅଛି । ପୁଅମାନେ ଏଭଳି କାମ କରିଥିବା ଜାଣି ଏବେ ହତ୍ୟାକାରୀଙ୍କ ପରିବାରର ପ୍ରତିକ୍ରିୟା ଆସିବାରେ ଲାଗିଛି।

ପ୍ରଥମେ ଗୁରମୈଲ ବଲଜିତ ସିଂହର ପରିବାର ଲୋକଙ୍କ ପ୍ରତିକ୍ରିୟା ଆସିସାରିଥିବା ବେଳେ ଏବେ ଉତ୍ତରପ୍ରଦେଶର ୨ଅପରାଧୀ ଶିବକୁମାର ଓ ଧର୍ମରାଜଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେମାନେ କହିଛନ୍ତି ଯେ, “ଆମେ ଆମ ପିଲାମାନଙ୍କ ବିଷୟରେ କିଛି ଜାଣିନାହୁଁ। କିନ୍ତୁ ଯଦି ସେମାନେ ଦୋଷୀ, ସେମାନଙ୍କ ସହ ଅପରାଧୀଙ୍କ ପରି ବ୍ୟବହାର କର” |

ଧର୍ମରାଜଙ୍କ ବାପା ରାଧେଶ୍ୟାମ କଶ୍ୟପ ଜଣେ ମାଛ ବିକାଳି। ସେ କହିଛନ୍ତି ଯେ, ଧର୍ମରାଜ ଓ ଶିବକୁମାର ବହୁତ ଭଲ ବନ୍ଧୁ। ପ୍ରଥମେ ମୋତେ ଧର୍ମରାଜ ମାଛ ବିକିବାରେ ସାହାଯ୍ୟ କରୁଥିଲା। କିନ୍ତୁ ତାକୁ କଷ୍ଟ କରି ଟଙ୍କା ରୋଜଗାର କରିବା ପସନ୍ଦ ନଥିଲା। ସେ ସବୁବେଳେ କହୁଥିଲା ମୁଁ ବଡ଼ ସହରକୁ ଯାଇ ଟଙ୍କା ଆୟ କରିବି ଏବଂ ବିଳାସମୟ ଜୀବନ ବଞ୍ଚିବି। ଶିବକୁମାରଙ୍କ ଚିନ୍ତଧାରା ମଧ୍ୟ ସେଭଳି ଥିଲା। ସେଥିପାଇଁ ଶିବକୁମାର ପ୍ରଥମେ ଯାଇ ପୁଣେରେ ଚାକିରି କରୁଥିବା ବେଳେ ଧର୍ମରାଜ ୩ମାସ ହେଲା ପୁଣେ ଯାଇଥିଲା। ସେଠାକୁ ଯିବା ପରେ ସେମାନେ ଏଭଳି କିଛି କରିବାକୁ ଯୋଜନା କରୁଛନ୍ତି ବୋଲି ଆମକୁ ଜଣାନଥିଲା। ଏହି ଘଟଣାର କିଛି ଦିନ ପୂର୍ବରୁ ‌ସେ ଆମ ସହ ଯୋଗାଯୋଗ କରିବା ବନ୍ଦ କରି ଦେଇଥିଲା। 

ଧର୍ମରାଜଙ୍କ ମା’ କହିଛନ୍ତି ଯେ, ମୋର ମୋ ପୁଅ ପାଇଁ ଆଉ କୌଣସି ଭଲପାଇବା ନାହିଁ। ଯଦି ସେ ଦୋଷୀ ତାକୁ ଦଣ୍ଡ ଦିଆଯାଉ ଓ ତା’ ସହ ଅପରାଧୀ ଭଳି ବ୍ୟବହାର କରାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe