ସେନା ଓ ଆସାମ ରାଇଫଲ୍‌ର ମିଳିତ ଅଭିଯାନରେ ଆତଙ୍କବାଦୀଙ୍କଦ୍ବାରା ଅପହୃତ ‘ଓଏନ୍‌ଜିସି’ର ୩ କର୍ମଚାରୀଙ୍କ ମଧ୍ୟରୁ ୨ ଉଦ୍ଧାର

Advertisment
ସେନା ଓ ଆସାମ ରାଇଫଲ୍‌ର ମିଳିତ ଅଭିଯାନରେ ଆତଙ୍କବାଦୀଙ୍କଦ୍ବାରା ଅପହୃତ ‘ଓଏନ୍‌ଜିସି’ର ୩ କର୍ମଚାରୀଙ୍କ ମଧ୍ୟରୁ ୨ ଉଦ୍ଧାର

Image Courtesy of India Today

ଗୌହାଟି: ନାଗାଲାଣ୍ଡ୍‌ର ମୋନ୍‌ ଜିଲ୍ଲାରୁ ଅପହୃତ ହୋଇଥିବା ‘ଅଏଲ୍‌ ଆଣ୍ଡ୍‌ ନେଚୁରାଲ୍‌ ଗ୍ୟାସ୍‌ କର୍ପୋରେସନ୍ ଲିମିଟେଡ୍‌’ର (ଓଏନ୍‌ଜିସି) ୩ଜଣ କର୍ମଚାରୀଙ୍କ ମଧ୍ୟରୁ ଶୁକ୍ରବାର ରାତିରେ ଭାରତୀୟ ସେନା ଏବଂ ଆସାମ ରାଇଫଲ୍‌ର ମିଳିତ ଅଭିଯାନ ଚଳାଇ ୨ଜଣଙ୍କୁ ଉଦ୍ଧାର କରିଛନ୍ତି।

ଉଦ୍ଧାର ହୋଇଥିବା ଅପହୃତମାନେ ହେଲେ ଅଲକେଶ ସାଇକିଆ ଏବଂ ମୋହିନୀମୋହନ ଗୋଗୋଇ। ଏବେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ଅଭିଯାନ ଚାଲିଛି। ଘଟଣାସ୍ଥଳରୁ ଗୋଟିଏ ଏକେ-୪୭ ରାଇଫଲ୍‌ ମଧ୍ୟ ଉଦ୍ଧାର କରାଯାଇଛି।

ଅନ୍ୟ ଜଣେ ଅପହୃତ କର୍ମଚାରୀ ଋତୁଲ୍‌ ସାଇକିଆଙ୍କର ସନ୍ଧାନ ମିଳିନାହିଁ।

publive-image Image Courtesy of ANI

ଉଲ୍ଲେଖଯୋଗ୍ୟ, ଆସାମର ଶିବସାଗର ଜିଲ୍ଲା ଅନ୍ତର୍ଗତ ଲାକୁୱା ଅଏଲ୍‌ ଫିଲ୍‌ଡ୍‌ର ଏକ ଖନନସ୍ଥଳୀରୁ ଗତ ବୁଧବାର ପ୍ରତ୍ୟୁଷରେ ସନ୍ଦିଗ୍ଧ ସଶସ୍ତ୍ର ଆତଙ୍କବାଦୀମାନେ କମ୍ପାନିର ତିନିଜଣ କର୍ମଚାରୀଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା।

ଅପହୃତ ‘ଓଏନ୍‌ସିଜି’ କର୍ମଚାରୀମାନଙ୍କ ମଧ୍ୟରୁ ଦୁଇଜଣ ହେଉଛନ୍ତି ଉତ୍ପାଦନ ବିଭାଗର ଦୁଇଜଣ ସହକାରୀ କନି‌ଷ୍ଠ ଯନ୍ତ୍ରୀ ଏବଂ ଜଣେ ଜୁନିୟର୍‌ ଟେକ୍ନିସିଆନ୍‌। ‘ଓଏନ୍‌ସିଜି’ର ଏକ ‘ଅପରେସ୍‌ନାଲ୍‌ ଭେଇକ୍ଲ୍‌’ରେ ଦଳେ ସଶସ୍ତ୍ର ଆତଙ୍କବାଦୀ ସେମାନଙ୍କୁ ଅପହରଣ କରି ନେଇଥିଲେ।

ପରେ ଉକ୍ତ ଗାଡ଼ିଟି ଆସାମ-ନାଗାଲାଣ୍ଡ୍‌ ସୀମାନ୍ତ ଅଞ୍ଚଳରେ ଥିବା ନିମୋନଗଡ଼ ଜଙ୍ଗଲ ପାଖରେ ପରିତ୍ୟକ୍ତ ଅବସ୍ଥାରେ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe