ମୁମ୍ବାଇ: ବିସ୍ଫୋରଣ କରି ‘ତାଜ୍ ହୋଟେଲ୍’କୁ ଧ୍ବଂସ କରିବା ଲାଗି ୨ଜଣ ପାକିସ୍ତାନୀ ନାଗରିକ ମୁମ୍ବାଇରେ ପହଞ୍ଚିବେ ବୋଲି ଗୁରୁବାର ଦିନ ମୁମ୍ବାଇ ପୁଲିସକୁ ଫୋନ୍ରେ ଧମକ ଦିଆଯାଇଛି ବୋଲି ପୁଲିସ କହିଥିବା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ମୁମ୍ବାଇ ପୁଲିସର ମୁଖ୍ୟ ‘କଣ୍ଟ୍ରୋଲ୍ ରୁମ୍’କୁ ଆସିଥିବା ଅଜ୍ଞାତ ବ୍ୟକ୍ତିଙ୍କ ଫୋନ୍ରେ ସୂଚନା ଦିଆଯାଇଛି ଯେ, ସମୁଦ୍ର ପଥରେ ପାକିସ୍ତାନର ୨ଜଣ ବ୍ୟକ୍ତି ଭାରତୀୟ ଅଞ୍ଚଳରେ ପ୍ରବେଶ କରି ସହରର ପ୍ରସିଦ୍ଧ ହୋଟେଲ୍କୁ ବିସ୍ଫୋରଣ କରି ଧ୍ବଂସ କରିଦେବେ।
ଫୋନ୍ କରିଥିବା ବ୍ୟକ୍ତିଜଣକ ମୁକେଶ ସିଂହ ବୋଲି ପରିଚୟ ଦେଇଥିବା କଥା ପୁଲିସ କହିଛି।
କିନ୍ତୁ, ତଦନ୍ତରୁ ଜଣାପଡ଼ିଲା ଯେ, ଫୋନ୍ କରିଥିବା ବ୍ୟକ୍ତିଙ୍କ ପ୍ରକୃତ ନାଁ ହେଉଛି ୩୫ ବର୍ଷିୟ ଜଗଦମ୍ବାପ୍ରସାଦ ସିଂହ। ଉତ୍ତର ପ୍ରଦେଶର ଗୋଣ୍ଡାରୁ ଆସି ସେ ସମ୍ପ୍ରତି ମୁମ୍ବାଇର ଶାନ୍ତାକ୍ରୁଜ୍ରେ ବାସ କରୁଛନ୍ତି।
ଏ ଘଟଣାରେ ମୁମ୍ବାଇ ପୁଲିସ ତଦନ୍ତ ଆରମ୍ଭ କରିଛି।
ଉଲ୍ଲେଖଯୋଗ୍ୟ, ମୁମ୍ବାଇର କୋଲାବା ଅଞ୍ଚଳରେ ଅବସ୍ଥିତ ତାଜ୍ ହୋଟେଲ୍ ୨୦୦୮ରେ ଆତଙ୍କବାଦୀଙ୍କ ଆକ୍ରମଣର ସରବ୍ୟ ହୋଇଥିଲା। ଅତୀତରେ ମଧ୍ୟ ତାଜ୍ ହୋଟେଲ୍କୁ ଏମିତି ଅନେକ ଧମକ-ଫୋନ୍ ଆସିଛି।
Follow Us