ୟୁକ୍ରେନ୍ ଯୁଦ୍ଧକୁ ନେଇ ବିଶ୍ବ ଦୁଇ ଭାଗ, ଭାରତ ନିରପେକ୍ଷ: ମୋଦୀ

Advertisment
ଏକନାଥ, ଦେବେନ୍ଦ୍ରଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ, ଶାହା

Image Courtesy of Business Standard

ନୂଅଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜେପିର ୪୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ କହିଛନ୍ତି ଯେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ନେଇ ଭାରତ ବିଶ୍ବ ଚାପ ଆଗରେ ମୁଣ୍ଡ ନ ନୁଆଁଇ ନିଜର ସ୍ବାଧୀନ ଆଭିମୁଖ୍ୟକୁ ବଜାୟ ରଖିଛି ଓ ଜାତୀୟ ସ୍ବାର୍ଥକୁ ପ୍ରାଧାନ୍ୟ ଦେଉଛି। ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ନେଇ ସାରା ବିଶ୍ବ ଦୁଇଭାଗରେ ବିଭକ୍ତ ହୋଇ ଯାଇଥିବା ବେଳେ ମାନବତା ପାଇଁ ଭାରତ ସ୍ବାଧୀନ ଆଭିମୁଖ୍ୟ ଗ୍ରହଣ କରିଛି। ସେ କହିଲେ ଯେ ଚଳିତ ବର୍ଷର ବିଜେପି ପ୍ରତିଷ୍ଠା ଦିବସ ତିନୋଟି କାରଣରୁ ଗୁରୁତ୍ବପୂର୍ଣ୍ଣ। ପ୍ରଥମ, ଆମେ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛୁ। ଦ୍ବିତୀୟ, ବିଶ୍ବ ପରିସ୍ଥିତି ଦ୍ରୁତ ବଦଳୁଥିବା ବେଳେ ଭାରତ ପାଇଁ ନିରବଚ୍ଛିନ୍ନଭାବେ ନୂଆ ନୂଆ ସୁଯୋଗ ଆସୁଛି। ସ୍ବାଧୀନତାର ୭୫ତମ ବର୍ଷ ହେଉଛି ଭାରତ ପାଇଁ ଅମୃତକାଳ। ସେଥିପାଇଁ ଲୋକାଲ (ସ୍ଥାନୀୟ ଉତ୍ପାଦ)କୁ ଗ୍ଲୋବାଲ (ବହୁ ପରିମାଣର ଉତ୍ପାଦନ କରି ଓ ବିଶ୍ବ ମାନର କରି ସାରା ବିଶ୍ବକୁ ରପ୍ତାନି କରିବା)ରେ ପରିଣତ କରିବାକୁ ପଡ଼ିବ ଏବଂ ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରିବାକୁ ପଡ଼ିବ। ବିଜେପିର ନୀତି ହେଉଛି ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ବୋଲି ମୋଦୀ କହିଥିଲେ।

ସେ କହିଥିଲେ ଯେ, ଭାରତ ଏ ବର୍ଷ ୪୦୦ ବିଲିୟନ ଡଲାରର ରପ୍ତାନି ଲକ୍ଷ୍ୟ ପୂରଣ କରିଛି। ମହାମାରୀ ସମୟରେ ଏ ଲକ୍ଷ୍ୟ ହାସଲ ସୂଚାଉଛି ଭାରତର କ୍ଷମତା କେତେ। ୧୦୦ ବର୍ଷରେ ଦେଖା ଦେଇଥିବା ସବୁଠାରୁ ବଡ଼ ବିପତ୍ତି ସମୟରେ ଭାରତ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଉଛି। କୌଣସି ଭାରତୀୟ ଯେପରି ଭୋକରେ ନ ରହିବେ ତାହା ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାର ବାର୍ଷିକ ୩.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବିଜେପି ଦେଶର ଦରିଦ୍ର, ଦଳିତ ଓ ମହିଳାଙ୍କ କଲ୍ୟାଣ ପାଇଁ ନିରନ୍ତର କାମ କରୁଛି ବୋଲି ମୋଦୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe