ବିହାରରେ ବିଷାକ୍ତ ମଦ ପିଇ ୨ ମୃତ, ଦୃଷ୍ଟିଶକ୍ତି ହରାଇଲେ ୨ ଜଣ

ପୁଣି ଥରେ ବିହାରର ସିୱାନ ଜିଲ୍ଲାରେ ବିଷାକ୍ତ ମଦ ପିଇ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାରେ ବିଷାକ୍ତ ମଦ ପିଇ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ଆଉ ୨ ଜଣ ଦୃଷ୍ଟିଶକ୍ତି ହରାଇଛନ୍ତି ।

hooch

ପଟନା: ପୁଣି ଥରେ ବିହାରର ସିୱାନ ଜିଲ୍ଲାରେ ବିଷାକ୍ତ ମଦ ପିଇ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାରେ ବିଷାକ୍ତ ମଦ ପିଇ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ଆଉ ୨ ଜଣ ଦୃଷ୍ଟିଶକ୍ତି ହରାଇଛନ୍ତି ।

ଗତ ମାସରେ ସେହି ଅଞ୍ଚଳରେ ବିଷାକ୍ତ ମଦ ପିଇ ୨୮ ଜଣଙ୍କ ମୃତ୍ୟୁ ଘଟିଥିବାରୁ ବିହାରରେ ଜାରି ମଦ ନିଷେଧାଜ୍ଞା ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି। ପ୍ରଶାସନର ନାକ ତଳେ ବେଆଇନ ଭାବେ ବିଷାକ୍ତ ମଦ ବିକ୍ରି ଚାଲିଥିଲେ ମଧ୍ୟ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ଗତ ଗୁରୁବାର ଏହି ଘଟଣା ଘଟିଥିଲା ଯେତେବେଳେ ଲକଡି ନବୀଗଞ୍ଜର ୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମଦ୍ୟପାନ କରିବା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅମରଜିତଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାର ଲୋକେ ଗଭୀର ଦୁଃଖରେ ଅଛନ୍ତି। ସେପଟେ ମଦ୍ୟପାନ କରି ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଉମେଶ ଯାଦବଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ଡାକ୍ତରଖାନାରୁ ପିଏମସିଏଚ (ପାଟନା ମେଡିକାଲ କଲେଜ ଓ ହସ୍ପିଟାଲ)କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇ ଜଣ ହରିନ୍ଦର ଓ ଅଶୋକ ଏବେ ବି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପଡ଼ୋଶୀମାନେ କହିଛନ୍ତି ଯେ ସେମାନେ ଦୃଷ୍ଟିଶକ୍ତି ହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe