କକ୍‌ପିଟ୍‌ରେ ଝଗଡ଼ା କରିଥିବା ଦୁଇ ପାଇଲଟ୍‌ ବହିଷ୍କୃତ

Advertisment
କକ୍‌ପିଟ୍‌ରେ ଝଗଡ଼ା କରିଥିବା ଦୁଇ ପାଇଲଟ୍‌ ବହିଷ୍କୃତ

ବେଜିଂ: ଗତ ଜାନୁଆରୀ ୧ ତାରିଖରେ ଲଣ୍ଡନ୍‌-ମୁମ୍ବାଇ ବିମାନରେ ଝଗଡ଼ା ଲାଗିଥିବା ଦୁଇ ପାଇଲଟ୍‌ଙ୍କୁ ଆଜି ଜେଟ୍‌ ଏୟାରେଓ୍ଵଜ୍‌ ବହିଷ୍କୃତ କରିଛି। ଜାନୁଆରୀ ୧ତାରିଖରେ ଜେଟ୍‌ ଏୟାରେଓ୍ଵଜ୍‌ ୯ଡବ୍ଲ୍ୟୁ ୧୧୯ ବିମାନ ପରିଚାଳନା କରୁଥିବା ଦୁଇଜଣ କମାଣ୍ଡର କୌଣସି କାରଣ ବଶତଃ ଝଗଡ଼ା ଲାଗିଥିଲେ। କୋ-ପାଇଲଟ୍‌ ଜଣକ ମହିଳା କମାଣ୍ଡରଙ୍କୁ ଚାପୁଡ଼ା ମାରିବା ଫଳରେ ପ୍ରଥମେ ମହିଳା କମାଣ୍ଡର ଜଣକ କକ୍‌ପିଟ୍‌ ଛାଡ଼ିଦେଇଥିଲେ। ପରେ ଅନ୍ୟ ଜଣେ ପାଇଲଟ୍‌ ମଧ୍ୟ କକ୍‌ପିଟ୍‌ ଛାଡ଼ି ଦେବା ଫଳରେ କିଛି ସମୟ ପର୍ଯ୍ୟନ୍ତ ବିମାନଟି ବିନା ପାଇଲଟ୍‌ରେ ଉଡ଼ିଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇ ଉଭୟ ପାଇଲଟ୍‌ କକ୍‌ପିଟ୍‌ ଛାଡ଼ି ପଳାଇ ଆସିଥିବାରୁ ସେମାନଙ୍କୁ ଆଜି ଜେଟ୍‌ ଏୟାରେଓ୍ଵ ବହିଷ୍କୃତ କରିଛି।

ଏହାବାଦ୍‌ କୋ-ପାଇଲଟ୍‌ଙ୍କର ବିମାନ ଉଡ଼ାଣ ଲାଇସେନ୍ସ ମଧ୍ୟ ରଦ୍ଦ କରିଦିଆଯାଇଥିବା ଜଣାଯାଇଛି। ତେବେ ମହିଳା କମାଣ୍ଡର ଜଣକ ପ୍ରଥମେ କକ୍‌ପିଟ୍‌ ଛାଡ଼ିଥିବାରୁ ତାଙ୍କ ଲାଇସେନ୍ସ ରଦ୍ଦ ହୋଇନାହିଁ। ନିୟମ ଅନୁଯାୟୀ ଜଣେ ପାଇଲଟ୍‌ କକ୍‌ପିଟ୍‌ରେ ଥିବା ପର୍ଯ୍ୟନ୍ତ ଅନ୍ୟ ଜଣେ ପାଇଲଟ୍‌ କକ୍‌ପିଟ୍‌ ଛାଡ଼ି ଯାଇପାରିବେ। ତେଣୁ ପ୍ରଥମେ ମହିଳା ପାଇଲଟ୍‌ କକ୍‌ପିଟ୍‌ ଛାଡ଼ିଥିବାରୁ ତାଙ୍କ ଲାଇସେନ୍ସ ରଦ୍ଦ ହୋଇନାହିଁ। ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ବିମାନ ପରିଚାଳକ ସଦସ୍ୟମାନେ ଏ ବାବଦରେ ସର୍ବାଧିକ ସତର୍କ ରହିବାକୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe