ଜାପାନ : ରନଓ୍ବେରେ ଦୁଇ ବିମାନ ମଧ୍ୟରେ ଧକ୍କା, କେହି ମୃତାହତ ହୋଇନାହାନ୍ତି

Advertisment
ଜାପାନ : ରନଓ୍ବେରେ ଦୁଇ ବିମାନ ମଧ୍ୟରେ ଧକ୍କା, କେହି ମୃତାହତ ହୋଇନାହାନ୍ତି

image : twitter

ଟୋକିଓ: ଟୋକିଓର ହାନେଡା ବିମାନବନ୍ଦରର ରନୱେରେ ଦୁଇଟି ବିମାନ ମୁହାଁମୁହିଁ ଧକ୍କା ହୋଇଛି। ଏହି ଧକ୍କାରେ ଗୋଟିଏ ବିମାନ କ୍ଷତିଗ୍ରସ୍ତ ହୋଇଛି। ଧକ୍କା ଯୋଗୁଁ ବିମାନବନ୍ଦରରୁ ବିମାନ ଚଳାଚଳ କିଛି ଘଣ୍ଟା ପାଇଁ ପ୍ରଭାବିତ ହୋଇଥିଲା।

ସୂଚନା ଅନୁଯାୟୀ, ଟୋକିଓର ମୁଖ୍ୟ ବିମାନବନ୍ଦରରେ ଶନିବାର ସକାଳେ ଦୁଇଟି ଯାତ୍ରୀବାହୀ ବିମାନ ହଠାତ୍ ପରସ୍ପର ସହ ଧକ୍କା ହୋଇଥିଲା । ତେବେ ଏଥିରେ କେହି ଆହତ ହୋଇନାହାନ୍ତି । ବିମାନ ଚଳାଚଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଇସାମୁ ୟାମାନେ କହିଛନ୍ତି ଯେ ଥାଇ ଏୟାରୱେଜ୍ ଇଣ୍ଟରନ୍ୟାସନାଲର ବ୍ୟାଙ୍କକ୍ (ଥାଇଲାଣ୍ଡ) ଅଭିମୁଖେ ଯାତ୍ରା କରୁଥିବା ବିମାନଟି ତାଇପେଇ ଯିବା ପାଇଁ ରନୱେରେ ଛିଡ଼ା ହୋଇଥିବା ଇଭା ଏୟାରୱେଜ୍ ବିମାନ ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ପରେ ରନୱେକୁ କିଛି ଘଣ୍ଟା ବନ୍ଦ କରିବାକୁ ପଡ଼ିଥିଲା। ୟାମାନେଙ୍କ କହିବା ଅନୁଯାୟୀ, ଘଟଣା ପରେ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ରନଓ୍ବେକୁ ବନ୍ଦ ରଖିବାକୁ ପଡ଼ିଥିଲା। ରନୱେ ବନ୍ଦ ଥିବାରୁ କେତେକ ବିମାନ ବିଳମ୍ବିତ ହୋଇଛି।

ଘଟଣା ପଛର କାରଣ ଜଣାପଡ଼ିଛି ବୋଲି ୟାମାନେ କହିଛନ୍ତି। ତେବେ ଏହି ଘଟଣାକୁ ନେଇ ଦୁଇ ଏୟାରଲାଇନ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏହି ଘଟଣା ପରେ ଯେଉଁ ଫଟୋ ସାମ୍ନାକୁ ଆସିଛି ସେଥିରେ ଏକ ବିମାନର ବହୁତ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳୁଛି । ଫଟୋ ଏବଂ ମିଡିଆ ରିପୋର୍ଟ ଅନୁଯାୟୀ ଥାଇ ଏୟାରୱେଜ୍ ବିମାନର ଏକ ୱିଙ୍ଗଲେଟ୍ ଭାଙ୍ଗିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe