ଏକ ହାଜତ ମୁତ୍ୟୁ ଘଟଣାରେ ଦୋଷୀ ସାବ୍ୟସ୍ତ ଦୁଇ ପୁଲିସ୍‌ ଅଧିକାରୀଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କଲେ ସିବିଆଇର ସ୍ୱତନ୍ତ୍ର ବିଚାରପତି

Advertisment
ଏକ ହାଜତ ମୁତ୍ୟୁ ଘଟଣାରେ ଦୋଷୀ ସାବ୍ୟସ୍ତ ଦୁଇ ପୁଲିସ୍‌ ଅଧିକାରୀଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କଲେ ସିବିଆଇର ସ୍ୱତନ୍ତ୍ର ବିଚାରପତି

ଥିରୁବନ୍ତପୁରମ୍‌ (କେରଳ): ଏକ ବିରଳ ଘଟଣାକ୍ରମରେ ଆଜି (ବୁଧବାର) ଥିରୁବନ୍ତପୁରମ୍‌ ସ୍ୱତନ୍ତ୍ର ସିବିଆଇ ଅଦାଲତର ବିଚାରପତି ଏକ ହାଜତ ମୁତ୍ୟୁ ଘଟଣାର ଶୁଣାଣି କରି ଦୁଇ ଜଣ ପୁଲିସ୍‌ ଅଧିକାରୀଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରିଛନ୍ତି। ବିଗତ ୨୦୦୫ ମସିହାରେ କେରଳର ଫୋର୍ଟ ପୁଲିସ ଥାନା ହାଜତରେ କେ ଜିତୁକୁମାର ଓ ଏସ୍‌ ଭି ଶ୍ରୀକୁମାର ନାମକ ଦୁଇ ପୁଲିସ ଅଧିକାରୀ ଉଦୟକୁମାର ନାମକ ଜନୈକ ୨୬ ବର୍ଷ ବୟସ୍କ ଅଭିଯୁକ୍ତ ଅପରାଧୀକୁ ଅକଥନୀୟ ନିର୍ଯାତନା ଦେଇ ହାଜତ ଭିତରେ ହତ୍ୟା କରିଥିଲେ। ଏହି ଘଟଣାର ସିବିଆଇ ତଦନ୍ତ କରି ଏହି ଦୁଇ ଅଭିଯୁକ୍ତ ପୁଲିସ୍‌ ଅଧିକାରୀଙ୍କୁ ଏହି ହାଜତ ମୁତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ କରି ସେମାନଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ସିବିଆଇ ସ୍ୱତନ୍ତ୍ର ଅଦାଲତରେ ଦାଖଲ କରିଥିଲେ।

publive-image

ଆଜି ଥିରୁବନ୍ତପୁରମ୍‌ ସ୍ୱତନ୍ତ୍ର ସିବିଆଇ ଅଦାଲତର ବିଚାରପତି ଜଷ୍ଟିସ୍‌ ନାଜର୍‌ ଏହି ହାଜତ ମୁତ୍ୟୁ ମାମଲାର ଶୁଣାଣି କରି ଦୁଇ ପୁଲିସ୍‌ ଅଧିକାରୀ କେ ଜିତୁକୁମାର ଓ ଏସ୍‌ ଭି ଶ୍ରୀକୁମାରଙ୍କୁ ଏହି ହାଜତ ମୁତ୍ୟୁ ଅପରାଧରେ ଦୋଷୀ ସାବ୍ୟସ୍ତ କରିବା ସହ ସେମାନଙ୍କୁ ଏହି ଅପରାଧ ପାଇଁ ଫାଶି ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ସ୍ୱତନ୍ତ୍ର ସିବିଆଇ ଅଦାଲତର ବିଚାରପତି ତାଙ୍କ ରାୟ ଘୋଷଣା କଲାବେଳେ ହାଜତରେ ମୁତ୍ୟୁବରଣ କରିଥିବା ଉଦୟକୁମାରଙ୍କ ବିଧବା ମା’ ୬୭ ବର୍ଷ ବୟସ୍କା ପ୍ରଭାବତୀ ଆମ୍ମା ଧଳା ଶାଢ଼ି ପରିଧାନ କରି କୋର୍ଟରେ ଉପସ୍ଥିତ ଥାଇ ବିଚାରପତିଙ୍କ ଶୁଣିବା ପରେ ଦୁଇ ହାତ ଉପରକୁ କରି ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ଦୁଇ ଦୋଷୀ ସାବ୍ୟସ୍ତ ପୁଲିସ୍‌ ଅଧିକାରୀ ସେମାନଙ୍କ ବିରୋଧରେ ଦିଆ ଯାଇଥିବା ଦଣ୍ଡାଦେଶ ଶୁଣି ଭେଁ ଭେଁ ହୋଇ କାନ୍ଦିବା ଆରମ୍ଭ କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe