Image Courtesy of TOI
ନୂଆଦିଲ୍ଲୀ: ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ବିହାରସ୍ଥିତ ମାସୁଦନ ରେଳ ଷ୍ଟେସନ୍ରୁ ଦୁଇ ଜଣ ରେଳବାଇ ଅଧିକାରୀଙ୍କୁ ଦଳେ ନକ୍ସଲ୍ ଅପହରଣ କରି ନେଇଥିବା କୁହାଯାଉଛି।
ଷ୍ଟେସନ୍ର ରେଳବାଇ ସମ୍ପତ୍ତିରେ ମଧ୍ୟ ସେ ନକ୍ସଲ୍ ଦଳ ନିଅାଁ ଲଗାଇ ଦେଇଥିବା ଖବର ମିଳିଛି। ଏଥିରେ କେହି ମୃତାହତ ହୋଇ ଥିବାର ଖବର ଏ ଯାଏଁ ମିଳିନାହିଁ।
ନକ୍ସଲ୍ ବା ମାଓବାଦୀମାନେ ସବୁବେଳେ ଦେଶର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଥିବା ରେଳ ଷ୍ଟେସନ ଏବଂ ମୋବାଇଲ୍ ଫୋନ୍ ଟାଓ୍ଵାର୍ଗୁଡ଼ିକ ଉପରେ ଆକ୍ରମଣ କରିଥାଆନ୍ତି।
ଅଗଷ୍ଟ ମାସରେ ବିହାରର ଲାଖିସରାଇ ଜିଲ୍ଲାରୁ ଏକ ଟ୍ରେନ ଅପହରଣ କରାଯାଇଥିଲା। ମାର୍ଚ ମାସରେ ଓଡ଼ିଶାସ୍ଥିତ ଦୋଇକାଲୁ ରେଳ ଷ୍ଟେସନ୍ରେ ୨୦ ଜଣିଆ ଦଳ ବିଶିଷ୍ଟ ନକ୍ସଲବାଦୀମାନେ ବିସ୍ଫୋରକ ସାମଗ୍ରୀରେ ଆକ୍ରମଣ କରିଥିଲେ। ଷ୍ଟେସନ୍ ମାଷ୍ଟର୍ଙ୍କ କାର୍ଯ୍ୟାଳୟରେ ଏବଂ ଷ୍ଟେସନ୍ରେ ମାଲବାହୀ ଟ୍ରେନ୍ର ଇଞ୍ଜିନ୍ ଅଟକୁଥିବା ସ୍ଥାନରେ ସେମାନେ ଛୋଟ ଟିଫିନ୍ ବୋମା ଲଗାଇଥିଲେ।
Follow Us