ମହାଶୂନ୍ୟରେ ଚାଲିବେ ରୁଷ୍‌ର ୨ମହାକାଶଚାରୀ; ମହାକାଶ କେନ୍ଦ୍ର ବାହାରେ ଝୁଲି ରହିବେ ୭ ଘଣ୍ଟା

ମହାଶୂନ୍ୟରେ ଚାଲିବେ ରୁଷ୍‌ର ୨ମହାକାଶଚାରୀ; ମହାକାଶ କେନ୍ଦ୍ର ବାହାରେ ଝୁଲି ରହିବେ ୭ ଘଣ୍ଟା

Image Courtesy of India Today

ନୂଆଦିଲ୍ଲୀ: ୨୦୨୨ର ପ୍ରଥମ ମହାଶୂନ୍ୟ ବିଚରଣକାରୀ ହେବା ନିମନ୍ତେ ଜାନୁଆରି ୧୯ ତାରିଖ ଦିନ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରୁ ୨ଜଣ ରୁଷୀୟ ମହାକାଶଚାରୀ ବାହାରକୁ ଆସିବେ। ‘ଇଷ୍ଟର୍ଣ୍ଣ ଷ୍ଟାଣ୍ଡାର୍ଡ ଟାଇମ’ ହିସାବରେ ଆଗାମୀ ବୁଧବାର ସକାଳ ୭ଟା ବେଳେ ସେମାନଙ୍କ ପାଇଁ ମହାକାଶ ବିଚରଣ କାର୍ଯ୍ୟନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି। ମହାକାଶ ବିଚରଣ ସମୟରେ ସେମାନେ ଭବିଷ୍ୟତରେ ଆସିବାକୁ ଥିବା ରୁଷୀୟ ମହାକାଶଯାନ ନିମନ୍ତେ ନୂଆ ‘ପ୍ରାଇଚାଲ୍‌ ମୋଡ୍ୟୁଲ୍‌’ ପ୍ରସ୍ତୁତି କରିବେ।

ମହାଶୂନ୍ୟ ଆଡ଼କୁ ମୁହଁ  କରିଥିବା ମହାକାଶ କେନ୍ଦ୍ରର ରୁଷୀୟ ଅଂଶରେ ଥିବା ‘ପୋଇସ୍କ୍‌ ମୋଡ୍ୟୁଲ୍‌’ଦ୍ବାରା ‘ରୋସ୍‌କମସ୍‌’ର ‘ଏକ୍ସପିଡିସନ୍‌ ୬୬ କମାଣ୍ଡର୍‌ ଆଣ୍ଟୋନ୍‌ ସ୍କାପଲେରୋଭ୍‌ ଏବଂ ଫ୍ଲାଇଟ୍‌ ଇଞ୍ଜିନିୟର୍‌ ପାୟୋଟର୍‌ ଦୁବ୍ରୋଭ୍‌ ପରିକଳ୍ପିତ ୭ଘଣ୍ଟିଆ ମହାକାଶ ବିଚରଣ ଆରମ୍ଭ କରିବେ। କହିବାକୁ ଗଲେ, ଦୁହେଁ ମାଧ୍ୟାକର୍ଷଣ ଶକ୍ତି ନ ଥିବା ମହାକାଶ କେନ୍ଦ୍ର ବାହାରେ ପ୍ରାୟ ୭ ଘଣ୍ଟା କାଳ ଝୁଲି ରହିବେ।

publive-image Image Courtesy of Space.com

‘ନାସା’ କହିଛି ଯେ, ମହାକାଶ ବିଚରଣ ସମୟରେ ମହାକାଶଚାରୀମାନେ ପ୍ରାଇଚାଲ୍‌ ଉପରେ ହ୍ୟାଣ୍ଡ୍‌ଡ୍ରିଲ୍‌, ରେଣ୍ଡେଜ୍‌ଭସ୍‌ ଆଣ୍ଟିନା, ଟେଲିଭିଜନ୍‌ କ୍ୟାମେରା, ଡକିଙ୍ଗ୍‌ ଟାର୍ଗେଟ୍‌ ଆଦି ଲଗାଇବେ। ନଭେମ୍ବର ମାସରେ ତାହା ଆପଣାଛାଏଁ ‘ନଉକା ମଲ୍‌ଟିପର୍‌ପୋଜ୍‌ ଲା‌ବ୍ରଟରି ପାଲଟିଯିବ।

‘ଏକ୍‌ଷ୍ଟ୍ରଭେଇକୁଲାର୍‌ କ୍ରୁ ମେମ୍ବର ୧’ ଭାବେ କାର୍ଯ୍ୟ କରିବାକୁ ଥିବା ସ୍କାପଲେରୋଭ୍‌ ଲାଲ୍‌ ପଟା ଥିବା ‘ରୁଷୀୟ ଓର୍ଲାନ୍‌ ମହାକାଶ ପୋଷାକ’ ଓ ‘ଏକ୍‌ଷ୍ଟ୍ରଭେଇକୁଲାର୍‌ କ୍ରୁ ମେମ୍ବର ୨’ ଭାବେ କାର୍ଯ୍ୟ କରିବାକୁ ଥିବା ଦୁବ୍ରୋଭ୍‌ ନୀଳ ପଟା ଥିବା ‘ରୁଷୀୟ ଓର୍ଲାନ୍‌ ମହାକାଶ ପୋଷାକ’ ପରିଧାନ କରିବେ।

ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ହେବ ଆରମ୍ଭ ହୋଇଥିବା ମହାକାଶ କେନ୍ଦ୍ର ବାହାରେ ଏହା ହେବ ସର୍ବମୋଟ ୧୪୬ତମ ମହାଶୂନ୍ୟ ବିଚରଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe