ସ୍କୁଲ୍‌ ପିଲାଙ୍କ ବସ୍‌ ଓଲଟି ୨ ମୃତ

Advertisment
ସ୍କୁଲ୍‌ ପିଲାଙ୍କ ବସ୍‌ ଓଲଟି ୨ ମୃତ

ଡେରାଡୁନ : ଉତ୍ତରାଖଣ୍ଡରେ ଏକ ଅଘଟଣ ଘଟିଛି। ଶିଶୁ ଦିବସରେ ସ୍କୁଲ୍‌ ପିଲାଙ୍କୁ ଧରି ପିକନିକ୍‌ ଯାଉଥିବା ଏକ ବସ୍‌ ଓଲଟି ପଡ଼ିବା ଫଳରେ ଜଣେ ଶିଶୁ ଏବଂ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ହୋଇଛନ୍ତି। ଉତ୍ତରାଖଣ୍ଡର ସିତାରଗଂଜ ଅଞ୍ଚଳରେ ଏହି ଦୁର୍ଘଟଣା‌ ହୋଇଛି।

ଶିଶୁ ଦିବସ ଉପଲକ୍ଷେ ପିଲାମାନେ ପିକନିକ୍‌ ଯାଉଥିବାବେଳେ ବାଟରେ ଦୁର୍ଘଟଣା ହୋଇଥିଲା। ବସ୍‌ ଓଲଟି ପଡ଼ିବା ଫଳରେ ପିଲାମାନଙ୍କ କାନ୍ଦ ଶୁଣି ସ୍ଥାନୀୟ ଲୋକମାନେ ପ୍ରଥମେ ସାହାଯ୍ୟ ପାଇଁ ଯା‌ଇଥିଲେ। ପରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ବସ୍‌ରେ ମୋଟ୍‌ ୫୧ ଜଣ ଥିଲେ। ଜଣେ ଛାତ୍ରୀ ଏବଂ ଜଣେ ଶିକ୍ଷକଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe