ଫୁଲପୁର ‘ଇଫ୍‌କୋ ପ୍ଲାଣ୍ଟ୍‌’ରେ ଗ୍ୟାସ୍‌ ଲିକ୍‌ ଯୋଗୁଁ ଦୁଇ ବରିଷ୍ଠ କର୍ମଚାରୀ ମୃତ; ୧୫ଜଣ ଅସୁସ୍ଥ

Advertisment
ଫୁଲପୁର ‘ଇଫ୍‌କୋ ପ୍ଲାଣ୍ଟ୍‌’ରେ ଗ୍ୟାସ୍‌ ଲିକ୍‌ ଯୋଗୁଁ ଦୁଇ ବରିଷ୍ଠ କର୍ମଚାରୀ ମୃତ; ୧୫ଜଣ ଅସୁସ୍ଥ

Image Courtesy of Zee News

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ ଫୁଲପୁର ଅଞ୍ଚଳରେ ଥିବା ‘ଇଣ୍ଡିଆନ୍‌ ଫାର୍‌ମର୍ସ ଫର୍ଟିଲାଇଜର୍‌ କୋଅପରେଟିଭ୍‌ ଲିମିଟେଡ୍‌’ (ଇଫ୍‌କୋ) କାରଖାନାରେ ଗ୍ୟାସ୍‌ ଲିକ୍‌ ହେବା କାରଣରୁ ଅନ୍ୟୂନ ଦୁଇଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ମଙ୍ଗଳବାର ରାତିରେ ଏହି ଦୁଃଖଦ ଘଟଣାଟି ଘଟିଛି। କାରଖାନାର ଗୋଟିଏ ୟୁନିଟ୍‌ରେ ‘ଆମୋନିଆ ଗ୍ୟାସ୍‌’ ଲିକ୍‌ କରିବାରୁ ଭିପି ସିଂହ ଏବଂ ଅଭୟ ନନ୍ଦନ ନାମରେ ‘ଇଫ୍‌କୋ’ର ଦୁଇଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି।

ଦୁର୍ଘଟଣା ଘଟିଥିବା ପ୍ଲାଣ୍ଟ୍‌ର ଉକ୍ତ ୟୁନିଟ୍‌କୁ ବନ୍ଦ ରଖାଯାଇଛି।

publive-image Image Courtesy of News18

‘ଆମୋନିଆ’ ଗ୍ୟାସ୍‌ ଲିକ୍‌ ଘଟଣାରେ ‘ଇଫ୍‌କୋ’ର ଆହୁରି ପ୍ରାୟ ୧୫ଜଣ ବ୍ୟକ୍ତି ଅସୁସ୍ଥ ହୋଇ ପଡ଼ିଛନ୍ତି। ଚିକିତ୍ସା ନିମନ୍ତେ ସେମାନଙ୍କୁ ଆଖପାଖ ଡାକ୍ତରଖାନାମାନଙ୍କରେ ଭର୍ତ୍ତି କରାଯାଇଛି।

ପ୍ରାପ୍ତ ପ୍ରାଥମିକ ସୂଚନା ଅନୁସାରେ, କାରଖାନାର ସାର ଉତ୍ପାଦନ ୟୁନିଟ୍‌ରେ ଗ୍ୟାସ୍‌ ଲିକ୍‌ ହୋଇଥିଲା। ବରିଷ୍ଠ ଅଧିକାରୀମାନେ ପ୍ଲାଣ୍ଟ୍‌କୁ ଯାଇ ଗ୍ୟାସ୍‌ ଲିକ୍‌ ହେବାର କାରଣ ଖୋଜୁଛନ୍ତି।

ପ୍ରୟାଗରାଜ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଭାନୁଚନ୍ଦ୍ର ଗୋସ୍ୱାମୀ କହିଛନ୍ତି, ଏବେ ଗ୍ୟାସ୍‌ ଲିକ୍‌ ହେବା ବନ୍ଦ ହୋଇଯାଇଛି ଓ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।
ଏହି ଘଟଣାରେ ଦୁଃଖ ବ୍ୟକ୍ତ କରିବା ସହ ଦୁର୍ଘଟଣାର କାରଣ ସଂକ୍ରାନ୍ତରେ ତଦନ୍ତ ତ୍ୱରାନ୍ଵିତ କରିବାକୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ ସରକାରୀ ଅଧିକାରୀମାନଙ୍କୁ ଆଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe