କେରଳ ବନ୍ୟା: ଓଡ଼ିଶାକୁ କେରଳରୁ ଆସିବ ୨ଟି ସ୍ୱତନ୍ତ୍ର ଟ୍ରେନ୍‌

କେରଳ ବନ୍ୟା: ଓଡ଼ିଶାକୁ କେରଳରୁ ଆସିବ ୨ଟି ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: କେରଳରେ ଦେଖାଯାଇଥିବା ଶତାଦ୍ଦୀର ବଡ଼ ବନ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଓଡ଼ିଶା ଦେଇ ୨ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। କେରଳର ଏର୍ଣ୍ଣାକୁଲମ ଠାରୁ ପଶ୍ଚିମବଙ୍ଗର ସାନ୍ତ୍ରାଗାଛି ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ ଚାଲିବ। ଏର୍ଣ୍ଣାକୁଲମ-ସାନ୍ତ୍ରାଗାଛି ଟ୍ରେନ ମଙ୍ଗଳବାର ସକାଳ ୭ଟାରେ ଭୁବନେଶ୍ୱର ପହଞ୍ଚିବ। ସେହିଭଳି ଅନ୍ୟ ଏକ ଟ୍ରେନ ଏର୍ଣ୍ଣାକୁଲମ-ସାନ୍ତ୍ରାଗାଛି ଦିନ ୧୧ଟାରେ ଏଠାରେ ପହଞ୍ଚିବ।

publive-image

କେରଳ ବନ୍ୟା ପୀଡ଼ିତଙ୍କୁ ଓଡ଼ିଶା ଦେଲା ୧୦ କୋଟି

କେରଳ ବନ୍ୟା ପୀଡ଼ିତଙ୍କୁ ଓଡ଼ିଶା ସରକାର ୧୦ କୋଟି ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେରଳ ବନ୍ୟା ପ୍ରଭାବିତଙ୍କ ଉଦ୍ଦେଶ୍ୟରେ ରବିବାର ପୁଣି ୫ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇଛନ୍ତି। ପୂର୍ବରୁ ସେ ୫ କୋଟି ଟଙ୍କା ସହାୟତା ଦେଇଥିଲେ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ସହାୟତା ଦିଆଯାଇଥିବା ଜଣାପଡ଼ିଛି। ଏଥି ସହିତ ନବୀନ ପଟ୍ଟନାୟକ କହିଛନ୍ତି, କେରଳରେ ଫସିରହିଥିବା ଓଡ଼ିଆଙ୍କ ପ୍ରତି ଦୃଷ୍ଟି ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ପ୍ରାକୃତିକ ଦୁର୍ବିପାକ କ’ଣ ତାହା ଓଡ଼ିଶା ଜାଣିଛି। ନବୀନ କେରଳ ବନ୍ୟା ପୀଡ଼ିତଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe