ନୂଆଦିଲ୍ଲୀ: ମଙ୍ଗଳବାର ଦିନ ବେଙ୍ଗାଲୁରୁସ୍ଥିତ ୟେଲହାଙ୍କା ଏୟାର୍ବେସ୍ରେ ମଙ୍ଗଳବାର ଦିନ ସୂର୍ଯ୍ୟ କିରଣ ଏରୋବେଟିକ୍ସ ଟିମ୍ର ଦୁଇଟି ବିମାନ ଦୁର୍ଘଟନାଗ୍ରସ୍ତ ହୋଇଛନ୍ତି।ଏଥିରେ ଦୁଇ ଜଣ ପାଇଲଟ୍ ରକ୍ଷା ପାଇଥିବା ବେଳେ ଜଣେ ପାଇଲଟ୍ଙ୍କର ମୃତ୍ୟୁ ଘଟିଛି।
ବୁଧବାର ଠାରୁ ଫେବ୍ରୁଆରି ୨୪ ତାରିଖ ଯାଏଁ ବେଙ୍ଗାଲୁରୁରେ ହେବାକୁ ଯାଉଥିବା ‘ଏରୋ ଇଣ୍ଡିଆ ସୋ’ ନିମନ୍ତେ ଅଭ୍ୟାସ କରୁଥିବା ବେଳେ ଆକାଶରେ ହିଁ ଦୁଇଟି ବିମାନ ପରସ୍ପର ସହ ଧକ୍କା ଖାଇଥିଲେ। ଦୁଇଟିଯାକ ବିମାନର ପାଇଲଟ୍ମାନେ ପାରାଚ୍ୟୁଟ୍ ଯୋଗେ ନିରାପଦରେ ବାହାରି ଆସିଛନ୍ତି ବୋଲି ଜଣାପଡ଼ିଛି। ସମ୍ପୃକ୍ତ ବିମାନଗୁଡ଼ିକରେ ୩ ଜଣ ପାଇଲଟ୍ ଥିବା କଥା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ସେଥିରୁ ଗୋଟିଏ ବିମାନରେ ଦୁଇଟି ପାଇଲଟ୍ ଥିଲେ।
ଦୁର୍ଘଟନାସ୍ଥଳରୁ ଧୂଆଁ ଉଠୁଥିବା ଦେଖା ଯାଉଥିଲା। ଦୁର୍ଘଟନାସ୍ଥଳକୁ ହେଲିକପ୍ଟର୍ ଓ ଜରୁରୀକାଳୀନ ଯାନ ପ୍ରେରଣ କରାଯାଇଛି। ତଲାସ ଓ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି।
ଦୁର୍ଘଟନାସ୍ଥଳରୁ ଧୂଆଁ ଉଠୁଥିବା ଦେଖା ଯାଉଥିଲା। ଦୁର୍ଘଟନାସ୍ଥଳକୁ ହେଲିକପ୍ଟର୍ ଓ ଜରୁରୀକାଳୀନ ଯାନ ପ୍ରେରଣ କରାଯାଇଛି। ତଲାସ ଓ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି।
କିରଣ ଏମ୍କେ-ଟୁ ବିମାନ ଯୋଗେ ୧୯୯୬ରେ ସୂର୍ଯ୍ୟ କିରଣ ଏରୋବେଟିକ୍ସ୍ ଟିମ୍ ଆରମ୍ଭ ହୋଇଥିଲା। ୧୯୯୮ ଅଗଷ୍ଟ ୧୫ ତାରିଖ ରେ ଏହି ଟିମ୍ ୯ଟି ବିମାନ ଦ୍ୱାରା ସର୍ବପ୍ରଥମ ସୋ ଆରମ୍ଭ କରିଥିଲା। ପରେ କିରଣ ବିମାନ ସ୍ଥାନରେ ବାୟୁସେନାର ଏରୋବେଟିକ୍ ଟିମ୍ ହକ୍ ଏମ୍କେ-୧୩ ବିମାନ ଆଣିଥିଲା।
Follow Us