ପଞ୍ଜାବ ପୁଲିସ୍‌ର ଇଣ୍ଟେଲିଜେନ୍ସ ଅଫିସ୍‌ ଉପରେ ଗ୍ରେନେଡ୍‌ ଆକ୍ରମଣ

ପଞ୍ଜାବ ପୁଲିସ୍‌ର ଇଣ୍ଟେଲିଜେନ୍ସ ଅଫିସ୍‌ ଉପରେ ଗ୍ରେନେଡ୍‌ ଆକ୍ରମଣ

ଇଣ୍ଡିଆଟୁଡେ

ନୂଆଦିଲ୍ଲୀ: ପଞ୍ଜାବର ମୋହଲିରେ ଥିବା ପଞ୍ଜାବ ପୁଲିସ୍‌ର ଇଣ୍ଟେଲିଜେନ୍ସ ଅଫିସ୍‌ ଉପରେ ସୋମବାର ସଂଧ୍ୟାରେ ଗ୍ରେନେଡ୍‌ ଆକ୍ରମଣ ହୋଇଥିବା ସୂଚନା ରହିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ୨ ଜଣ ସଂଦିଗ୍ଧ ‌କାର୍‌ରେ ଆସି ଇଣ୍ଟେଲିଜେନ୍ସ ଅଫିସରୁ ୮୦ ମିଟର ଦୂରରେ ଥିବା ଆର୍‌ପିଜି ନିକଟରେ ରହି ଅଫିସ ଉପରକୁ ରକେଟ୍‌ ଚାଳିତ ଗ୍ରେନେଡ୍‌ରେ ଆକ୍ରମଣ କରିଥିଲେ। ଏହି ରକେଟ୍‌ରୁ ଲଗାତାର ଗ୍ରେନେଡ୍‌ ବର୍ଷଣ ହୋଇଥିବା ସୂଚନା ରହିଛି।

ଏହି ଆକ୍ରମଣ ପରେ ଇଣ୍ଟେଲିଜେନ୍ସ ଅଫିସ୍‌ର କର୍ତ୍ତୃପକ୍ଷ ଏବଂ ତଦନ୍ତକାରୀ ସିସିଟିଭି ଫୁଟେଜ୍‌ ଦେଖିବାରୁ ସଂପୂର୍ଣ୍ଣ ଘଟଣା ଜଣାପଡ଼ିଛି। ଏହି ରକେଟ୍‌ଟି ଡ୍ରୋନ୍‌ରେ ଆସିଥାଇପାରେ ବୋଲି ସନ୍ଦେହ କରାଯାଉଛି। କାହିଁକି ନା, ନିକଟରେ କିଛି ମାସ ତଳୁ ପାକିସ୍ତାନରୁ ପଞ୍ଜାବକୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ପାଇଁ ଅଧିକ ଡ୍ରୋନ୍‌ ବ୍ୟବହୃତ ହେଉଥିବା ସୂଚନା ରହିଛି।

ଏହି ସାମାନ୍ୟ ବିସ୍ଫୋ‌ରଣ ପଞ୍ଜାବ ପୁଲିସ୍‌ର ଇଣ୍ଟେଲିଜେନ୍ସ ଅଫିସ୍‌ର ତୃତୀୟ ମହଲାରେ ହୋଇଛି। ଏଥିରେ ଝରକା ଭାଙ୍ଗିବା ସହ ଅଳ୍ପ କିଛି କ୍ଷୟକ୍ଷତି ଘଟିଛି। ତେବେ ଏହି ଘଟଣାକୁ ତଦନ୍ତ କରିବାକୁ ଜାତୀୟ ତଦନ୍ତକାରୀ ଏଜେନ୍ସି ତା’ର ଏକ ଟିମ୍‌ ପ୍ରେରଣ କରିବ।

ଏକ ଅଫିସିଆଲ୍‌ ଷ୍ଟେଟ୍‌ମେଣ୍ଟ୍‌ରେ ମୋନାଲିର ସୁପରିଟେଣ୍ଡେଣ୍ଟ୍‌ ଇନ୍‌ ପୁଲିସ୍‌ କହିଛନ୍ତି କି ‘ଏସ୍‌ଏଏସ୍‌ ନଗରର ସେକ୍ଟର ୭୭ରେ ଥିବା ପଞ୍ଜାବ ପୁଲିସ୍‌ର ଇଣ୍ଟେଲିଜେନ୍ସ ମୁଖ୍ୟ କାର୍ଯ୍ୟାଳୟ ଉପରେ ସଂଧ୍ୟା ୭.୪୫ ସମୟରେ ସାମନ୍ୟ ବିସ୍ଫୋରଣ ଘଟିଛି। କୌଣସି କ୍ଷତି ରିପୋର୍ଟ ହୋଇନାହିଁ। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଅଛନ୍ତି ଓ ତଦନ୍ତ ଚାଲୁ ରହିଛି। ଫରେନ୍ସିକ୍‌ ଟିମ୍‌କୁ ଡକାଯାଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe