ସେଲ୍‌ଫି ନେବା ପୁଣି କାଳ ହେଲା: ଗୋଆ ବିଚ୍‌ରେ ଚାଲିଗଲା ୨ ପର୍ଯ୍ୟଟକଙ୍କ ପ୍ରାଣ

ସେଲ୍‌ଫି ନେବା ପୁଣି କାଳ ହେଲା: ଗୋଆ ବିଚ୍‌ରେ ଚାଲିଗଲା ୨ ପର୍ଯ୍ୟଟକଙ୍କ ପ୍ରାଣ

ଚେନ୍ନାଇ: ତାମିଲନାଡୁର ୨ ଜଣ ପର୍ଯ୍ୟଟକଙ୍କର ଲୋକପ୍ରିଅ ଗୋଆ ବିଚ୍‌ରେ ସେଲ୍‌ଫି ନେଉଥିବା ଅବସ୍ଥାରେ ଭିନ୍ନ ଭିନ୍ନ ସମୟରେ ମୃତ୍ୟୁ ଘଟିଛି ବୋଲି ରବିବାର ପୁଲିସ୍‌ ସୂଚନା ପ୍ରଦାନ କରିଛି।

ପୁଲିସ୍‌ ଇନ୍‌ସ୍ପେକ୍ଟର ଜିଭା ଦଲ୍‌ଭିଙ୍କ କହିବା ମୁତାବିକ, ତାମିଲନାଡୁର ବେଲୋରେର ଦିନେଶ କୁମାର ରଙ୍ଗନାଥନ୍‌(୨୮) ତାଙ୍କର ୨ ଅନ୍ୟ ପର୍ଯ୍ୟଟକଙ୍କ ସହ ସେଲ୍‌ଫି ନେଉଥିବା ବେଳେ ପାଣିରେ ବୁଡ଼ି ଯାଇଥିଲେ। ଉତ୍ତର ଗୋଆର ବାଗା ବିଚ୍‌ଠାରେ ରଙ୍ଗନାଥନ ସେଲ୍‌ଫି ନେବା ବେଳେ ଗୋଡ଼ ଖସି ଯିବାରୁ ପାଣିରେ ପଡ଼ିଯାଇଥିଲେ। ପାଣିରେ ବୁଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

publive-image

ରଙ୍ଗନାଥନଙ୍କ ସହ ଅନ୍ୟ ୨ ଜଣ ପର୍ଯ୍ୟଟକ ବି ଖସି ପଡ଼ିଥିଲେ। ସେମାନେ ଚେଷ୍ଟା କରି ପାଣିରୁ ଉପରକୁ ଆସିପାରିଲେ। ମାତ୍ର ତୃତୀୟ ପର୍ଯ୍ୟଟକ ଦିନେଶ ବୁଡ଼ି ଯାଇଥିଲେ। ମୃତ ଦେହ ପରବର୍ତ୍ତୀ ମୁହୂର୍ତ୍ତରେ ମିଳିଥିଲା।

ଅନ୍ୟ ଘଟଣାଟି ଘଟିଛି ଗୋଆର ସିନ୍‌କ୍ୟୁୟରମ୍‌ ବିଚ୍‌ରେ। ଏହି ବିଚ୍‌ଟି ବି ଉତ୍ତର ଗୋଆରେ ଅବସ୍ଥିତ। ସମୁଦ୍ରକୂଳରେ ପର୍ଯ୍ୟଟକ ଶଶୀକୁମାର ଭାସନ (୩୩)ଙ୍କୁ ସେଲ୍‌ଫି ନେବା ଅବସ୍ଥାରେ ଲହଡ଼ି ଟାଣି ନେଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଶରୀର ବ୍ୟବଚ୍ଛେଦ ହେବା ପରେ ତାଙ୍କ ମୃତଦେହକୁ ଖୁବ୍‌ ଶୀଘ୍ର ସଂପର୍କୀୟଙ୍କୁ ହସ୍ତଗତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe