Deccan Herald
ହାଇଦ୍ରାବାଦ : ଆମେରିକାରେ ପଢ଼ୁଥିବା ୨ ଜଣ ତେଲେଙ୍ଗାନା ଛାତ୍ର ହ୍ରଦରେ ବୁଡ଼ି ପ୍ରାଣ ହରାଇଛନ୍ତି। ଉଥେଜ କୁଣ୍ଟା (୨୪) ଏବଂ ଶିବା ଡି କେଲ୍ଲିଗାରି (୨୫) ଲେକ ଅଫ୍ ଓଜାର୍କ୍ସରେ ବୁଡ଼ି ଯାଇଛନ୍ତି। ନଭେମ୍ବର ୨୬ ଅପରାହ୍ନ ୨.୩୦ରେ ଏହି ଘଟଣା ଘଟିଛି। ମିସୋରି ଷ୍ଟେଟ୍ ହାଇୱେ ପାଟ୍ରୋଲ (ଏମଏସଏଚପି) ୱାଟର ଡିଭିଜନ୍ ପକ୍ଷରୁ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନେ ସେଣ୍ଟ୍ ଲୁଇସ ୟୁନିଭର୍ସିଟିରେ ମାଷ୍ଟର୍ ଡିଗ୍ରି କରୁଥିଲେ। ସପ୍ତାହାନ୍ତରେ ୨ ବନ୍ଧୁ ପହଁରିବାପାଇଁ ଯାଇଥିବାବେଳେ ଏହି ଦୁର୍ଘଟଣା ହୋଇଛି। ଆମେରିକା ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଉଥେଜ ପ୍ରଥମେ ପାଣିରେ ବୁଡ଼ି ଯାଇଥିଲେ। ଶିବା ଏହାପରେ ତାଙ୍କୁ ବଞ୍ଚାଇବାକୁ ଯାଇ ନିଜେ ବୁଡ଼ି ଯାଇଥିଲେ।
Follow Us