ମହଙ୍ଗା ପଡ଼ିଲା ଆତଙ୍କବାଦୀଙ୍କୁ ସହଯୋଗ କରିବା, ୨ ଜଣଙ୍କୁ ଘରୁ ଉଠାଇ ନେଲେ ଯବାନ

2 ଗିରଫ

Photograph: (Sambad.in)

ଶ୍ରୀନଗର: ଆତଙ୍କବାଦୀଙ୍କୁ ସହଯୋଗ କରିବା ପଡିଲା ମହଙ୍ଗା । ଆତଙ୍କୀଙ୍କ ଦୁଇ ସହଯୋଗୀଙ୍କୁ ଘରୁ ଉଠାଇନେଲେ ସୁରକ୍ଷାକର୍ମୀ । କୁଲଗାମରେ ଆତଙ୍କବାଦୀଙ୍କୁ ସହଯୋଗ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିବା ସହ ଜୋରଦାର ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ ।

ତେବେ ପହଲଗାମରେ ଆତଙ୍କୀ ହମଲା ପରେ ଦେଶ ପ୍ରତିଶୋଧ ଚାହୁଁଥିବା ବେଳେ ଏବେ ଭାରତ ସରକାର ଆକ୍ସନ ମୋଡରେ ରହିଛନ୍ତି ଆଉ ଯବାନ ବି ବଦଲା ନେବା ପାଇଁ କାହାକୁ ଛାଡୁ ନାହାନ୍ତି । 

ଆଜି ଆଉ ୩ ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦିଆଯାଇଛି । ଘାଟିରେ ସକ୍ରିୟ ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦେଇଛନ୍ତି ଭାରତୀୟ ସେନା । ଏହସାନ ଅହମ୍ମଦ ଶେଖ୍, ସାହିଦ ଅହମ୍ମଦ କୁଟ୍ଟେ ଓ ଜାକିର ଗନୀର ଘରକୁ ମାଟିରେ ମିଶାଇ ଦିଆଯାଇଛି । ଗତକାଲି ଦୁଇ ଆତଙ୍କୀଙ୍କ ଘର ଉଡାଇଥିଲେ ଯବାନ ।

ସେପଟେ ଆଜି ବି ଏଲଓସିରେ ଉତ୍ତେଜନା ଜାରି ରହିଛି । ଏଲଓସିରେ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ସାରା ରାତି ପାକିସ୍ତାନ ଆଉଟପୋଷ୍ଟରୁ ଗୁଳିବର୍ଷା ହୋଇଛି । ଆଉ ଏହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ ଯବାନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe