Image Source: Zee News
ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପୁଲ୍ଓ୍ଵାମା ଜିଲ୍ଲାର ତ୍ରାଲ୍ ଅଞ୍ଚଳରେ ରବିବାର ଦିନ ନିରାପତ୍ତା ବଳଙ୍କ ଗୁଳି ଚୋଟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ଗୋଟାଏ ଆବାସିକ ଅଞ୍ଚଳରେ ଅଳ୍ପ କେତେଜଣ ଆତଙ୍କବାଦୀ ଆତ୍ମଗୋପନ କରିଥିବା କଥା ନିରାପତ୍ତା ବଳଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା ବୋଲି ପୁଲିସ କହିଛି। ଏବେ ମଧ୍ୟ ସେଠାରେ ଗୁଳି ବିନିମୟ ଚାଲିଛି।
ଆଜି ସକାଳେ ଜମ୍ମୁ ଓ କଶ୍ମୀରର ପୁଲ୍ଓ୍ଵାମା ଜିଲ୍ଲାରେ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।
ଦକ୍ଷିଣ କଶ୍ମୀର ଜିଲ୍ଲା ଅନ୍ତର୍ଗତ ତ୍ରାଲ୍ ଅଞ୍ଚଳର ଗୁଲଶନ୍ପୋରା ଠାରେ ନିରାପତ୍ତା ବଳ ‘କର୍ଡନ୍ ଓ ସର୍ଚ’ ଅଭିଯାନ ଆରମ୍ଭ କରିବା ସମୟରେ ଗୁଳିବିନିମୟର ସୂତ୍ରପାତ ହୋଇଥିଲା।
Image Source: Zee Newsନିରାପତ୍ତା ବଳ ତଲାସ ଅଭିଯାନ ଚଳାଇବା ବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବାରୁ ଏନ୍କାଉଣ୍ଟର୍ ଆରମ୍ଭ ହୋଇଥିଲା।
ଅନ୍ୟ ଏକ ଘଟଣାରେ ପାକିସ୍ତାନୀ ସେନା ବିଳମ୍ବିତ ଶନିବାରେ ପୁଞ୍ଚ୍ ଜିଲ୍ଲାର ଦେଗଓ୍ଵାର୍ ସେକ୍ଟର୍ ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ରାତି ପ୍ରାୟ ୯: ୩୦ରେ ପାକିସ୍ତାନୀ ସେନା ବନ୍ଧୁକ ଚଳାଇବା ସହ ମୋର୍ଟାର୍ ନିକ୍ଷେପ କରିଥିବା କଥା ଭାରତୀୟ ସେନାବାହିନୀ କହିଛି। ଭାରତ ଏହାର ଉପଯୁକ୍ତ ଜବାବ ଦେଇଛି।
Follow Us