ଶ୍ରୀନଗର: ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋର ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ ସମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ଗୁଳି ବିନିମୟ ସମୟରେ ଗୁଳି ଚୋଟରେ ଆହତ ହୋଇଥିବା ଜଣେ ସେନା ମେଜର୍ଙ୍କର ମଧ୍ୟ ମୃତ୍ୟୁ ଘଟିଛି।
ଶ୍ରୀନଗରସ୍ଥିତ ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ୍ ରାଜେଶ କାଲିଆ କହିଛନ୍ତି: ନିହତ ଆତଙ୍କବାଦୀଙ୍କ ପରିଚୟ ଓ ସେ କେଉଁ ସଂଗଠନର, ତାହା ଜାଣିବାକୁ ଉଦ୍ୟମ କରାଯାଉଛି। ଆହତ ହୋଇଥିବା ମେଜର୍ଙ୍କୁ ବାଦାମିବାଗସ୍ଥିତ ୯୨ ବେସ୍ରେ ଥିବା ମିଲିଟାରି ହସ୍ପିଟାଲ୍କୁ ନିଆଯାଇଥିଲା, କିନ୍ତୁ ତାଙ୍କୁ ବଞ୍ଚାଇ ହେଲା ନାହିଁ।
ଆତଙ୍କବାଦୀଙ୍କ ଉପସ୍ଥିତି ସଂକ୍ରାନ୍ତ ସୂଚନା ପାଇବା ପରେ ଉତ୍ତର କଶ୍ମୀରର ଦାଙ୍ଗିଓ୍ଵାଚା ସୋପୋର ଅନ୍ତର୍ଗତ ପାଜାଲପୋରା ଠାରେ କର୍ଡନ୍ ଆଣ୍ଡ୍ ସର୍ଚ ଅପରେସନ୍ ଆରମ୍ଭ କରିବା ବେଳେ ଶୁକ୍ରବାର ପାହାନ୍ତା ପହରରେ ଗୁଳି ବିନିମୟ ଘଟିଥିଲା।
ଏବେ ଗୁଳି ବିନିମୟ ବନ୍ଦ ରହିଛି ଏବଂ ଶବ ଉଦ୍ଧାର କରିବାକୁ ତଲାସ ଚାଲିଛି ବୋଲି ସୋପୋର୍ ଏସ୍ଏସ୍ପି ଜାବିଦ୍ ଇକ୍ବାଲ୍ କହିଛନ୍ତି।
Follow Us