ଜମ୍ମୁ ଓ କଶ୍ମୀରର ଶୋପିଆଁରେ ଏନ୍‌କାଉଣ୍ଟର୍: ଦୁଇ ଆତଙ୍କବାଦୀ ନିହତ

ଜମ୍ମୁ ଓ କଶ୍ମୀରର ଶୋପିଆଁରେ ଏନ୍‌କାଉଣ୍ଟର୍: ଦୁଇ ଆତଙ୍କବାଦୀ ନିହତ

Image Source: Zee News

ଶ୍ରୀନଗର: ମଙ୍ଗଳବାର ରାତିରେ ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲା ଅନ୍ତର୍ଗତ ମେଲହୋରା ଠାରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଅନ୍ୟୂନ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ରାତି ତମାମ ଗୁଳି ବିନିମୟ ଚାଲିଥିଲା ଏବଂ ନିରାପତ୍ତା ବଳ ଏ ପର୍ଯ୍ୟନ୍ତ ସେ ଅଞ୍ଚଳରୁ ଦୁଇଜଣ ଆତଙ୍କବାଦୀଙ୍କ ଶବ ଉଦ୍ଧାର କରିଛନ୍ତି। ତୃତୀୟ ଆତଙ୍କବାଦୀକୁ ଏବେ ମଧ୍ୟ ଖୋଜା ଚାଲିଛି। ପଦାତିକ ବାହିନୀର ୫୫ ରାଷ୍ଟ୍ରୀୟ ରାଇଫଲ୍, ଶୋପିଆଁ ପୁଲିସ ଏବଂ ସିଆର୍‌ପିଏଫ୍‌ର ମିଳିତ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

କଶ୍ମୀର ଜୋନ୍ ପୁଲିସ ଟୁଇଟ୍ କରି କହିଛି, ଏ ପର୍ଯ୍ୟନ୍ତ ଶୋପିଆଁ ଏନ୍‌କାଉଣ୍ଟର୍‌ରେ ଦୁଇଜଣ ଅଜ୍ଞାତ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ଏବେ ମଧ୍ୟ ତଲାସ ଅଭିଯାନ ଚାଲିଛି। ପରେ ପରେ ଅଧିକ ବିବରଣୀ ଆସିବ।

publive-image Image Source: Hindustan Times

ଶୋପିଆଁର ଜୈନପୋରା ଅନ୍ତର୍ଗତ ମେଲହୋରା ଠାରେ ନିରାପତ୍ତା ବଳ ତଲାସକାରୀ ଟିମ୍ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍ ଆରମ୍ଭ ହୋଇଥିଲା। ଏହା ପରେ ଆତଙ୍କବାଦୀମାନଙ୍କୁ ନିପାତ କରିବାକୁ ସମଗ୍ର ଅଞ୍ଚଳକୁ କର୍ଡନ୍ କରାଯାଇ ତଲାସ ଅଭିଯାନ ଆରମ୍ଭ କରାଯାଇଛି ବୋଲି ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ବୁଧବାର ଦିନ ସମ୍ପୃକ୍ତ ଅଞ୍ଚଳରେ ଏନ୍‌କାଉଣ୍ଟର୍ କରାଯାଇ ଚାରିଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe