କୁଲ୍‌ଗାମ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ

Advertisment
କୁଲ୍‌ଗାମ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ

ଶ୍ରୀନଗର : କାଶ୍ମୀରରେ ସୋମବାର ଦିନ ଏନ୍‌କାଉଣ୍ଟର ହୋଇ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଜମ୍ମୁ କାଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲାରେ ଆଜି ନାଓପଡ଼ା-ଖେର୍‌ପଡ଼ା ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବରପାଇ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସେନା ଉପରକୁ ଆକ୍ରମଣ କରିବାରୁ ଅପରେସନ୍‌ ଏନ୍‌କାଉଣ୍ଟରରେ ପରିଣତ ହୋଇଥିଲା। ଗତକାଲି ମଧ୍ୟ ଜମ୍ମୁ କାଶ୍ମୀରର ଡୋଡା ଜିଲ୍ଲାର ବାହାରୀ ଅଞ୍ଚଳରେ ପୁଲିସ୍‌ ଏବଂ ସେନାର ମିଳିତ ଅପରେସନ୍‌ରେ ଏକ ଆତଙ୍କବାଦୀକୁ ଗିରଫ କରାଯାଇଛି। ଫରିଦ୍‌ ଅହମିଦ୍‌ ନାମକ ଏହି ଆତଙ୍କବାଦୀ ନିକଟରୁ ଗୋଟିଏ ପିସ୍ତଲ୍‌ ସହ ଏକ ମାଗାଜିନ୍‌ ଏବଂ କିଛି ଗୁଳି ଜବତ ହୋଇଛି। ଏଥିସହ ତା’ ନିକଟରୁ ଜବତ ହୋଇଥିବା ଏକ ମୋବାଇଲ୍‌ ଫୋନ୍‌ରୁ ସେ ଆତଙ୍କବାଦୀ କମାଣ୍ଡର ସହ ନିରନ୍ତର ଭାବେ ଯୋଗାଯୋଗରେ ରହି ଆସିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe