ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀ ନିପାତ

Advertisment
୧୫ ଦିନରେ ୧୨ ଆତଙ୍କବାଦୀ ନିହତ

Dailythanthi

ଶ୍ରୀନଗର : ଶୁକ୍ରବାର ଦିନ ଜମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ହୋଇଥିବା ଏକ ଏନ୍‌କାଉଣ୍ଟରରେ ଲସ୍କର୍-ଏ-ତୋଏବାର ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ତାଙ୍କ ନିକଟରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ପୁଲିସ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି। ଦକ୍ଷିଣ କାଶ୍ମୀରର ଶୋପିଆନ୍‌ର ଆମ୍‌ସିପୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସଂପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଆତଙ୍କବାଦୀମାନେ ସାମ୍ନାରୁ ବାହିନୀ ଉପରେ ଗୁଳି ଚଳାଇବା ପରେ ଏହି ସର୍ଚ୍ଚ ଅପରେସନ ଏନ୍‌କାଉଣ୍ଟରରେ ପରିଣତ ହୋଇଥିଲା ବୋଲି ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe