ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ଆସିବ ୨ ଯୋଡ଼ା ବାଘ

Advertisment
ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ଆସିବ ୨ ଯୋଡ଼ା ବାଘ

ନୂଆଦିଲ୍ଲୀ : ଓଡ଼ିଶାର ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଜାତୀୟ ଉଦ୍ୟାନରୁ ଦୁଇ ଯୋଡ଼ା ବାଘ ଅଣାଯିବ। ଚଳିତମାସ ଶେଷସୁଦ୍ଧା ଦୁଇ ଯୋଡ଼ା ବାଘ ଅଣାଯିବ ବୋଲି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ସୁତ୍ରରୁ ଜଣାପଡ଼ିଛି। ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ବାଘ ସଂଖ୍ୟା ବହୁତ କମ୍‌ ରହିଥିବାରୁ ସେଠାରେ ସଂଖ୍ୟା ବୃଦ୍ଧି କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟପ୍ରଦେଶ ସମେତ ବାଘପ୍ରବଣ ରାଜ୍ୟମାନଙ୍କୁ ପତ୍ର ଲେଖାଯାଇଥିଲା। ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ ମଧ୍ୟପ୍ରଦେଶ ସରକାର ବାନ୍ଧବଗଡ଼ ଜାତୀୟ ଉଦ୍ୟାନରୁ ଦୁଇ ଯୋଡ଼ା ବାଘ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ପଠାଇବାପାଇଁ ରାଜି ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ଥିବା ଗୋଟିଏ ଯୋଡ଼ା ବାଘ ବୟସ ଦୃଷ୍ଟିରୁ ପ୍ରଜନନକ୍ଷମ ନଥିବା କୁହାଯାଉଛି। ଯେକୌଣସି ସମୟରେ ସେମାନଙ୍କର ମୃତ୍ୟୁ ମଧ୍ୟ ହୋଇଯାଇପାରେ। ଅନ୍ୟପକ୍ଷରେ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ଅନ୍ୟ ରାଜ୍ୟରୁ ବାଘ ଅଣାଯିବାରେ କୌଣସି ସମସ୍ୟା ନାହିଁ। ଏହି ଅଭୟାରଣ୍ୟ ପୁନଃସ୍ଥାପନ ପାଇଁ ସମ୍ପୂର୍ଣ୍ଣ ରୂପେ ସମର୍ଥ ବୋଲି ଓ୍ଵାଇଲ୍‌୍‌ଡ ଲାଇଫ୍‌ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ହୋଇଥିବା ସର୍ଭେରେ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe