ଯୋଗ ମୁଦ୍ରାରେ ଦୁଇ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ

Advertisment
ଯୋଗ ମୁଦ୍ରାରେ ଦୁଇ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶର ବିଭିନ୍ନ ଭାଗରେ ଯୋଗ ଦିବସ ପାଳନ କରାଯାଇଛି। ଦିଲ୍ଲୀର ବିଭିନ୍ନ ମନ୍ତ୍ରାଳୟ ତଥା ଅନୁଷ୍ଠାନମାନଙ୍କ ପକ୍ଷରୁ ମଧ୍ୟ ଯୋଗ ଦିବସ ପାଳନ କରାଯାଇଥିଲା। ଶହଶହ ସଂଖ୍ୟାରେ ଲୋକମାନେ ଏଥିରେ ସାମିଲ ହୋଇ ଯୋଗାସନ କରିଥିଲେ। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଲକୋଟରା ଷ୍ଟାଡିୟମରେ ଅନୁଷ୍ଠିତ ଯୋଗ ଦିବସ ପାଳନରେ ଯୋଗ ଦେଇ ଯୋଗାସନ କରିଥିବା ବେଳେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଦିଲ୍ଲୀର ରାଜପଥରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ମୁଦ୍ରାରେ ଯୋଗାସନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe