ଦୁବାଇ-ମୁମ୍ବାଇ ଇଣ୍ଡିଗୋ ବିମାନରେ ମଦ୍ୟପାନ କରି ଯାତ୍ରୀଙ୍କୁ ଗାଳିଗୁଲଜ କରିଥିବା ଦୁଇ ଉଚ୍ଛୃଙ୍ଖଳ ଯାତ୍ରୀ ଗିରଫ

ଦୁବାଇ-ମୁମ୍ବାଇ ଇଣ୍ଡିଗୋ ବିମାନରେ ମଦ୍ୟପାନ କରି ଯାତ୍ରୀଙ୍କୁ ଗାଳିଗୁଲଜ କରିଥିବା ଦୁଇ ଉଚ୍ଛୃଙ୍ଖଳ ଯାତ୍ରୀ ଗିରଫ

Image Courtesy of India Today

ମୁମ୍ବାଇ: ବୁଧବାର ଦିନ ଦୁବାଇ-ମୁମ୍ବାଇ ଇଣ୍ଡିଗୋ ବିମାନରେ ମଦ୍ୟପାନ କରି ସହଯାତ୍ରୀ ଏବଂ ବିମାନ ପରିଚାରକମାନଙ୍କୁ ଗାଳିଗୁଲଜ କରି ଉଚ୍ଛୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବା ଦୁଇଜଣ ଯାତ୍ରୀଙ୍କୁ ଗିରଫ କରାଯାଇଛି।

ପୁଲିସ କହିବା ଅନୁସାରେ, ଉପସାଗରୀୟ ରାଷ୍ଟ୍ରରେ କାମ କରି ବର୍ଷେ ପରେ ଫେରୁଥିବା ସେ ଦୁଇଜଣ ଯାତ୍ରୀ ଟିକସ-ମୁକ୍ତ ଦୋକାନରୁ ମଦ କିଣିଥିଲେ। ବିମାନରେ ବସି ସେମାନେ ଉକ୍ତ ମଦ ପିଇ ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରିଥିଲେ। ସହଯାତ୍ରୀମାନେ ଅପତ୍ତି କରିବାରୁ ଜଣେ ଅଭିଯୁକ୍ତ ମଦ ବୋତଲ ଧରି ବିମାନର ଆସନ ଧାଡ଼ି ମଧ୍ୟସ୍ଥ ବାଟରେ ଚାଲି ଚାଲି ପଛ ଆଡ଼କୁ ଯାଇଥିଲେ। ତେଣୁ, ବିମାନର ପରିଚାରକମାନେ ତାଙ୍କ ହାତରୁ ମଦ ବୋତଲ ଛଡ଼ାଇ ଆଣିଥିଲେ।

publive-image Image Courtesy of NDTV

‘ଇଣ୍ଡିଗୋ ବିମାନ ୬ଇ ୧୦୮୮’ ମୁମ୍ବାଇରେ ଅବତରଣ କରିବା ପରେ ଆଜି ସେମାନଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି। ଦୁଇ ଅଭିଯୁକ୍ତ ହେଉଛନ୍ତି, ତତ୍ତାତ୍ରେୟ ବପରଦେକର୍‌ ଏବଂ ଜନ୍‌ ଜର୍ଜ ଡିସୌଜା।

ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ ‘ଇଣ୍ଡିଗୋ’ କହିଛି: ଦୁବାଇରୁ ମୁମ୍ବାଇ ଆସୁଥିବା ବିମାନ ୬ଇ ୧୦୮୮’ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨ଜଣ ନିଶାସକ୍ତ ଥିବା ଦେଖାଯାଇଥିଲା। ପରିଚାରକମାନେ ବାରମ୍ବାର ଚେତାବନୀ ଦେବା ସତ୍ତ୍ବେ ସେମାନେ ବିମାନରେ ମଦ୍ୟପାନରୁ ବିରତ ହେଉ ନ ଥିଲେ। ସେମାନେ ପରିଚାରକ ଓ ସହଯାତ୍ରୀମାନଙ୍କୁ ବି ଗାଳିଫଜିତ କରିଥିଲେ। ଉଚ୍ଛୃଙ୍ଖଳ ଆଚରଣ କାରଣରୁ, ନିୟମାନୁସାରେ ସେମାନଙ୍କୁ ‘ସିଆଇଏସ୍‌ଏଫ୍‌’ ନିରପତ୍ତା କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ପାଖ ଥାନାରେ ବି ସେମାନଙ୍କ ନାଁରେ ଅଭିଯୋଗ ଦାଏର କରାଯାଇଛି।

ସଦ୍ୟତମ ସୂଚନା ଅନୁସାରେ, ପରେ ସେମାନଙ୍କୁ ଜାମିନ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe