ଦୁଇ ମହିଳାଙ୍କ ଅଭିଯୋଗ: ଅଶ୍ଳୀଳ ଫିଲ୍ମରେ ସୁଟିଂ କରିବାକୁ ବାଧ୍ୟ କରାଯାଇଥିଲା

Advertisment
ଦୁଇ ମହିଳାଙ୍କ ଅଭିଯୋଗ: ଅଶ୍ଳୀଳ ଫିଲ୍ମରେ ସୁଟିଂ କରିବାକୁ ବାଧ୍ୟ କରାଯାଇଥିଲା

Times of India

କୋଲକାତା : ଚଳିତ ବର୍ଷ ଆରମ୍ଭରେ ସେମାନଙ୍କୁ ଅଶ୍ଳୀଳ ଫିଲ୍ମରେ ସୁଟିଂ କରିବାକୁ ବାଧ୍ୟ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେହି ଭିଡିଓ ଇଣ୍ଟରନେଟ୍‌ ପ୍ରସାରିତ କରାଯାଇଥିଲା ବୋଲି ପଶ୍ଚିମବଙ୍ଗର ଦୁଇଜଣ ମହିଳା ଥାନାରେ ଅଭିଯୋଗ କରିଛନ୍ତି।

ମଙ୍ଗଳବାର ଥାନାରେ କରିଥିବା ଏଫ୍‌ଆଇଆର୍‌ରେ ସେମାନେ ଉଲ୍ଲେଖ କରିଛନ୍ତି, ଫଟୋସୁଟ୍‌ ନାମରେ ସେମାନଙ୍କୁ ଭୁଲାଇ ଦିଆଯାଇଥିଲା। ସେମାନଙ୍କୁ ଫେସ୍‌ବୁକ୍‌ରେ ନୋଟିସ୍‌ ଆସିଥିଲା ଯେ ଫଟୋସୁଟ୍‌ ପାଇଁ ମଡେଲର ଆବଶ୍ୟକତା ଅଛି। ହେଲେ ସେମା‌ନେ ବିଜ୍ଞାପନଦାତାଙ୍କ ସମ୍ପର୍କରେ ଆସିବା ପରେ ଜାଣିଲେ ଏହି ସୁଟିଂ ଆଡଲ୍ଟ ଫିଲ୍ମ ପାଇଁ। ଏହାପରେ ସେମାନେ ସୁଟିଂ କରିବାକୁ ମନା କରି ଦେଇଥିଲେ। ସେମାନଙ୍କ କଥା ପ୍ରତି ଗୁରୁତ୍ବ ନଦେଇ ଆୟୋଜକମାନେ ବାଲିଗଞ୍ଜ ରେଳ ଷ୍ଟେସନ ନିକଟରେ ଥିବା ଏକ ଷ୍ଟୁଡ଼ିଓରେ ଅଶ୍ଳୀଳ ଫିଲ୍ମ ସୁଟିଂ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ପ୍ରଦର୍ଶିତ ହେବ ନାହିଁ ବୋଲି ଆୟୋଜକମାନେ ପ୍ରତିଶ୍ରୁତି ଦେଇଥିଲେ ହେଁ ପରବର୍ତ୍ତୀ ସମୟରେ ତାହା ଅପ୍‌ଲୋଡ୍‌ କରାଯାଇଥିଲା। ସୁଟିଂ ବାବଦକୁ ପ୍ରତ୍ୟେକଙ୍କୁ ୩୫ ହଜାର ଟଙ୍କା ପାରିଶ୍ରମିକ ମିଳିଛି। ଦୁଇ ମହିଳାଙ୍କ ମଧ୍ୟରୁ ଜଣେ କୋଲକାତାର ହୋଇଥିବାବେଳେ ଅନ୍ୟଜଣେ ଆସାନସୋଲର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe