କେରଳର ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କରିବାକୁ ଯାଇ ଟ୍ରକ୍‌ରୁ କାନ୍ଧରେ ଚାଉଳ ବସ୍ତା ବୋହିଲେ ଦୁଇ ଆଇଏଏସ୍‌ ଅଫିସର, ଫଟୋ ହେଲା ଭାଇରାଲ

କେରଳର ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କରିବାକୁ ଯାଇ ଟ୍ରକ୍‌ରୁ କାନ୍ଧରେ ଚାଉଳ ବସ୍ତା ବୋହିଲେ ଦୁଇ ଆଇଏଏସ୍‌ ଅଫିସର, ଫଟୋ ହେଲା ଭାଇରାଲ

oneindia.com

ଓ୍ଵାୟନାଡ଼ : କେରଳ ଉପୁଜିଥିବା ବନ୍ୟା ପରିସ୍ଥିତି ଏବେ ବିନାଶକାରୀ ରୂପ ନେବାରେ ଲାଗିଛି । ବର୍ଷା ଜନିତ ବନ୍ୟାରେ ଏଯାବତ୍‌ ୧୦୦ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳ ୧୦୦ବର୍ଷ ଇତିହାସରେ କେରଳରେ ଏପରି ଭୟାନକ ପରିସ୍ଥିତି ଉପୁଜି ନଥିବା ଜଣାପଡ଼ିଛି। ବନ୍ୟାରେ ପ୍ରଭାବିତ ହୋଇ ପାଖାପାଖି ୧୬୭ଲୋକ ମୃତ୍ୟୁବରଣ କରି ସାରିଥିବା ବେଳେ ଏହାର ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି । ପାଣିପାଗ ବିଭାଗ ତରଫରୁ କେରଳର ୧୪ଟି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆ ଯାଉଥିବା ଦେଖା ଯାଇଛି ।

ଏଭଳି ପରିସ୍ଥିତିରେ ଦୁଇ ଜଣ  ଆଇଏଏସ୍‌ ଅଧିକାରୀଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଫଟୋରେ ଦୁଇ ଆଇଏଏସ୍‌ ଅଧିକାରୀ ଟ୍ରକ୍‌ରୁ ଚାଉଳ ବସ୍ତାକୁ କାନ୍ଧରେ ବୋହି ଆଣୁଥିବା ଦେଖା ଯାଇଛି । ଟ୍ରକ୍‌ରୁ ଚାଉଳ ବସ୍ତା ନେଇ ସେ ସହାୟତା କ୍ୟାମ୍ପରେ ପହଞ୍ଚାଉଥିବା ଦେଖା ଯାଇଛି ।

publive-image oneindia.com

ସୂଚନା ମୁତାବକ, ଗୁରୁବାର ରାତି ୯.୩୦ରେ ଏକ ଟ୍ରକ୍‌ ରିଲିଫ୍‌ ସାମଗ୍ରୀ ନେଇ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିଥିଲା । କିନ୍ତୁ ରାତି ହୋଇ ଯାଇଥିବାରୁ ଅଫିସରେ କମ୍‌ ଲୋକ ଉପସ୍ଥିତ ରହିଥିଲେ । କର୍ମଚାରୀ କମ ଥିବା ଦେଖି ଦୁଇ ଆଇଏଏସ୍‌ ଅଧିକାରୀ ନିଜେ ଟ୍ରକ୍‌ରୁ ଚାଉଳ ଆଣି ଭିତରେ ରଖିଥିଲେ । ଯାହା ଦ୍ୱାରା ଶୀଘ୍ର ଲୋକମାନଙ୍କ ପାଖରେ ସାହାଯ୍ୟ ପହଞ୍ଚିପାରିବ । ଏହି ସମୟରେ କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଦୁଇ ଆଇଏଏସ୍‌ ଅଧିକାରୀଙ୍କୁ ପ୍ରଶଂସା କରାଯାଇଥିବା ଦେଖା ଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe