ଟାଇସନ ଫୁଡ୍‌ର ମୁଖ୍ୟ ଅଜଣା ମହିଳାଙ୍କ ଘରେ ପଶି ଖଟରେ ଶୋଇପଡ଼ିଲେ

Advertisment
ଟାଇସନ ଫୁଡ୍‌ର ମୁଖ୍ୟ ଅଜଣା ମହିଳାଙ୍କ ଘରେ ପଶି ଖଟରେ ଶୋଇପଡ଼ିଲେ

Indiatimes.com

ୱାସିଂଟନ: ଆମେରିକାର ଖ୍ୟାତନାମା ମାଂସ ପ୍ରକ୍ରିୟାକରଣ କମ୍ପାନି ଟାଇସନ ଫୁଡ୍‌ର ସିଏଫ୍‌ଓ (ଚିଫ୍ ଫାଇନାନ୍ସିଆଲ ଅଫିସର) ତଥା କମ୍ପାନି ପ୍ରତିଷ୍ଠାତାଙ୍କ ଅଣନାତି ଜନ୍ ଆର୍ ଟାଇସନ ମଦ ପିଇ ମାତାଲ ଅବସ୍ଥାରେ ଜଣେ ଅଜଣା ମହିଳାଙ୍କ ଘରେ ପଶି ପୋଷାକ ଖୋଲି ତଳେ ଥୋଇ ଖଟରେ ଶୋଇପଡ଼ିଥିବା ଅଭିଯୋଗ ହୋଇଛି।

ମହିଳା ଜଣକ ତାଙ୍କ ଖଟରେ ଜଣେ ଅଜଣା ବ୍ୟକ୍ତି ଶୋଇଥିବାର ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଟାଇସନଙ୍କୁ ଗିରଫ କରି ୪୧୫ ଡଲାରର ବ୍ୟକ୍ତିଗତ ମୁଚାଲିକାରେ ଖଲାସ କରିଥିବା ଜଣାପଡ଼ିଛି। ଟାଇସନ ଏ ଘଟଣା ପାଇଁ କ୍ଷମାପ୍ରାର୍ଥନା କରିଛନ୍ତି। ଡିସେମ୍ବର ପହିଲାରେ ଏହି ମାମଲାର ଶୁଣାଣି ପାଇଁ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe