ଆମେରିକା ଗୁଇନ୍ଦା ସଂସ୍ଥା ରିପୋର୍ଟ: ପାକିସ୍ତାନ ରଗେଇଲେ ଭାରତ କଡ଼ା ଜବାବ ଦେବ

Advertisment
ଆମେରିକା ଗୁଇନ୍ଦା ସଂସ୍ଥା ରିପୋର୍ଟ: ପାକିସ୍ତାନ ରଗେଇଲେ ଭାରତ କଡ଼ା ଜବାବ ଦେବ

Image Source: India Today

ୱାସିଂଟନ: ପାକିସ୍ତାନ ଭାରତ-ବିରୋଧୀ ଆତଙ୍କବାଦୀ ଗୋଷ୍ଠୀକୁ ଦୀର୍ଘକାଳ ଧରି ସମର୍ଥନ କରିଆସୁଛି। ଭାରତ ବର୍ଷ ବର୍ଷ ଧରି ଏହାର ଶିକାର ହୋଇଆସୁଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଭାରତ ଆଉ ଏହାକୁ ସହ୍ୟ କରିବ ନାହିଁ। ପାକିସ୍ତାନ ରଗେଇଲେ ଭାରତ ତା’ର କଡ଼ା ଜବାବ ଦେବ ବୋଲି ଆମେରିକା କଂଗ୍ରେସରେ ମାର୍କିନ ଗୁଇନ୍ଦା ସଂସ୍ଥା ପ୍ରକାଶ କରିଛି।

ସୂଚନାଯୋଗ୍ୟ ଆମେରିକା ଇଣ୍ଟେଲିଜେନ୍ସ କମ୍ୟୁନିଟିର ବାର୍ଷିକ ବିପଦ ଆକଳନ (ଆନୁଆଲ ରିସ୍କ ଆସେସ୍‌ମେଣ୍ଟ), ଅଫିସ ଅଫ୍ ଡାଇରେକ୍ଟର ଅଫ୍ ନ୍ୟାସନାଲ ଇଣ୍ଟେଲିଜେନ୍ସ (ଓଡ୍‌ନି) ଦ୍ବାରା ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ସୀମା ବିବାଦକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ବେଳେ ବେଳେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେଉଛି। ଉଭୟ ସୀମାରେ ନିଜ ନିଜର ସାମରିକ ଉପସ୍ଥିତି ବୃଦ୍ଧି କରିବା ଦେଖାଯାଉଛି। ଏହାଦ୍ବାରା ଯେକୌଣସି ସମୟରେ ସୀମାରେ ସଶସ୍ତ୍ର ସଂଘର୍ଷ ହେବା ଅସମ୍ଭବ ନୁହେଁ। ଆମେରିକୀୟ ଲୋକମାନଙ୍କ ପ୍ରତି ଏହା ବିପଦ ସୃଷ୍ଟି କରିପାରେ। ତେଣୁ ଆମେରିକା ତା’ ଉପରେ ହସ୍ତକ୍ଷେପ କରିବା ଆବଶ୍ୟକ। ସେହିପରି ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ମଧ୍ୟ ଭଲ ନୁହେଁ। କାଶ୍ମୀରକୁ ନେଇ ଦୁଇ ଦେଶ ଭିତରେ ବିବାଦ ରହିଥିବା ବେଳେ ପାକିସ୍ତାନୀ-ପ୍ରାୟୋଜିତ ଆତଙ୍କବାଦୀମାନେ ଅନେକ ସମୟରେ ଭାରତରେ ଆକ୍ରମଣ କରୁଛନ୍ତି। ଭାରତ ଏବେ କିନ୍ତୁ ଏହାକୁ ସହ୍ୟ କରିବ ନାହିଁ। ସର୍ଜିକାଲ ଷ୍ଟ୍ରାଇକ୍‌ ଦ୍ବାରା ଭାରତ ଏହାର ପ୍ରମାଣ ଦେଇସାରିଛି ବୋଲି ଆମେରିକା କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe