The Times of Israel
ମସ୍କୋ: ପୂର୍ବ ୟୁକ୍ରେନ୍ରେ ରୁଷ୍ ଏହାର ଆକ୍ରମଣକୁ ଜୋରଦାର କରୁଛି। ବନ୍ଦର ସହର ମାରିୟୁପୋଲ୍ରେ ୟୁକ୍ରେନ୍ ସେନାର ଉପସ୍ଥିତି କେବଳ ନାମକୁ ମାତ୍ର ରହିଯାଇଛି। ଇତି ମଧ୍ୟରେ ଆମେରିକା ଗୁଇନ୍ଦା ବିଭାଗ ଚେତାବନୀ ଦେଇ କହିଛି ଯେ, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍ରେ ଏକ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆମେରିକା ଜାତୀୟ ଗୁଇନ୍ଦା ସଂସ୍ଥାର ନିର୍ଦ୍ଦେଶକ ଆଭରିଲ୍ ହେନ୍ସ କହିଛନ୍ତି, ପୁଟିନ ବାସ୍ତବରେ ରଖିଥିବା ଲକ୍ଷ୍ୟ ଏବଂ ବର୍ତ୍ତମାନର ଅପରେସନ ମଧ୍ୟରେ ତାଳମେଳ ରହୁନାହିଁ। ପୁଟିନ ଏବେ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି।
ଦରବୃଦ୍ଧି, ଖାଦ୍ୟ ସଙ୍କଟ ବଢ଼ୁଥିବାରୁ ପୁଟିନ୍ ୟୁକ୍ରେନ୍କୁ ଆମେରିକା ଏବଂ ଇୟୁର ସମର୍ଥନ ଦୁର୍ବଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି। ଯୁଦ୍ଧ ଜାରି ରହିଥିବାବେଳେ ରୁଷ୍ ପ୍ରତି ଯଦି କୌଣସି ବିପଦ ଥିବା ପୁଟିନ ହୃଦ୍ବୋଧ କରନ୍ତି ତେବେ ରୁଷ୍ ପରମାଣୁ ଅସ୍ତ୍ରର ବ୍ୟବହାର କରିବାକୁ ପଛାଇବ ନାହିଁ ବୋଲି ମଧ୍ୟ କୁହାଯାଇଛି। ଅନ୍ୟପକ୍ଷେ ରୁଷ୍ ବିଦେଶ ମନ୍ତ୍ରୀ ସର୍ଗେୟି ଲାଭରୋଭ କହିଛନ୍ତି, ରୁଷ୍ ୟୁରୋପରେ ଯୁଦ୍ଧ ଚାହେନାହିଁ। ରୁଷ୍ର ପରାଜୟ ଦେଖିବାପାଇଁ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଆଗ୍ରହର ସହ ଚାହି ବସିଛନ୍ତି, କିନ୍ତୁ ସେଠାରେ ଆମ ବିଜୟ ସୁନିଶ୍ଚିତ ବୋଲି ଆଜି ଲାଭରୋଭ କହିଛନ୍ତି।
Follow Us