Image Courtesy of CNA
ୱାସିଂଟନ: କରୋନା ଭାଇରସ୍କୁ ନେଇ ଜାରି ସଙ୍କଟ ଭିତରେ ଟ୍ରମ୍ପ୍ ଏବେ ମୁସ୍ଲିମ୍ କାର୍ଡ ଖେଳି ଚୀନ୍କୁ ଘେରିବା ପାଇଁ ଯୋଜନା କରିଛନ୍ତି। ଆମେରିକା ସିନେଟ୍ରେ ଆଜି ଉଇଘର ମୁସ୍ଲିମ୍ ନିର୍ଯାତନାକୁ ନେଇ ଏକ ବଲ୍ ଗୃହୀତ ହୋଇଛି। ଏହା ସହିତ ଉଇଘର ମୁସ୍ଲିମଙ୍କ ନିର୍ଯାତନା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର କଟକଣା ଲାଗୁ କରିବା ପାଇଁ ଆସିଥିବା ବିଲ୍କୁ ବିପୁଳ ଭୋଟ୍ରେ ଆମେରିକା ପ୍ରତିନିଧି ସଭାରେ ମଂଜୁରି ମିଳିଛି। ଏବେ ଏହାକୁ ଆଇନ୍ରେ ପରିଣତ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପାଖକୁ ପଠାଯାଇଛି।
ଏହି ବିଲ୍ ସମୟରେ ଗୃହରେ ୪୧୩ ଜଣ ସଦସ୍ୟ ଭୋଟ୍ ଦେଇଥିବା ବେଳେ କେବଳ ଜଣେ ସଦସ୍ୟ ହିଁ ଏହା ବିରୋଧରେ ଭୋଟ୍ ଦେଇଥିଲେ। ଉଇଘର ବିଲ୍କୁ ଆମେରିକା ଗୃହୀତ କରାଇଥିବାରୁ ଏବେ ଚୀନ୍-ଆମେରିକା ମଧ୍ୟରେ ବିବାଦ ଆହୁରି ଘନେଇବ ବୋଲି ଜଣାପଡ଼ିଛି। ଚୀନ୍ ଆମେରିକାର ପଦକ୍ଷେପକୁ ଅନଧିକାର ହସ୍ତକ୍ଷେପ ବୋଲି ଦର୍ଶାଇଥିବା ବେଳେ ଆମେରିକା ଏହାକୁ ମାନବାଧିକାର ସହିତ ଯୋଡ଼ି ଚୀନ୍ ବିରୋଧରେ କଡ଼ା କଟକଣା ପାଇଁ ଆହ୍ବାନ ଦେଇଛି। ଆମେରିକାର ଏହି ପଦକ୍ଷେପ ପାକିସ୍ତାନ ପାଇଁ ମଧ୍ୟ ଘୋର ଅଡ଼ୁଆ ସୃଷ୍ଟି କରିଛି। ବିଲ୍କୁ ବିରୋଧ କଲେ ଦେଶରେ ବଡ଼ ଧରଣର ଅଶାନ୍ତି ଦେଖାଦେବ। ସମର୍ଥନ କଲେ ଚୀନ୍ର ରୋଷର ଶିକାର ହେବ।
Follow Us