ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଏଲିଅନ୍‌ଙ୍କୁ ଜାଣନ୍ତି!

Advertisment
ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଏଲିଅନ୍‌ଙ୍କୁ ଜାଣନ୍ତି!

ଜେରୁଜାଲେମ: ଏଲିଅନ (ଅନ୍ୟ ଗ୍ରହର ଜୀବ) ପ୍ରକୃତରେ ଅଛନ୍ତି କି? ହଁ, ଏଲିଅନ ଅଛନ୍ତି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଏଲିଅନ୍‌ଙ୍କ ସଂପର୍କରେ ଭଲଭାବେ ଜାଣନ୍ତି ବୋଲି ଇସ୍ରାଏଲ୍‌ର ପୂର୍ବତନ ମହାକାଶ ସୁରକ୍ଷା ସଂସ୍ଥା ମୁଖ୍ୟ ହୈମ୍‌ ଏସେଦ୍‌ (୮୭) ଏକ ସାକ୍ଷାତକାରରେ କହିଛନ୍ତି। ସେ କହିଛନ୍ତି, ଏଲିଅନମାନେ ଗୁପ୍ତ ଭାବେ ଆମେରିକା ଏବଂ ଇସ୍ରାଏଲ ସହ ସମ୍ପର୍କ ରଖି ଆସୁଛନ୍ତି। ମଙ୍ଗଳ ଗ୍ରହରେ ଏଲିଅନମାନଙ୍କର ଏକ ମହାଜାଗତିକ ସଂଘ ରହିଛି ଏବଂ ଏଲିଅନମାନେ ଆମେରିକା ସହ ସମ୍ପର୍କ ରକ୍ଷା କରିଆସୁଛନ୍ତି। ଏଲିଅନ୍‌ ଏବଂ ଆମେରିକା ପ୍ରଶାସନ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି ବୋଲି ଏସେଦ୍‌ ପ୍ରକାଶ କରିଛନ୍ତି।

publive-image

ଆମେରିକା ଏଲିଅନଙ୍କ ଉପରେ ଗବେଷଣା କରୁଛି ଏବଂ ରାଷ୍ଟ୍ରପତି ଟ୍ରମ୍ପ୍‌ ଏଲିଅନଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ଏସେଦ୍‌ ଜେରୁଜେଲ୍‌ମ୍‌ ପୋଷ୍ଟକୁ ଏକ ସାକ୍ଷାତକାର ଦେଇ କହିଛନ୍ତି। ଏଲିଅନ୍‌ଙ୍କ ଅବସ୍ଥିତି ନେଇ ମାନବଜାତି ଏ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ନଥିବାରୁ ଆମେରିକା ରାଷ୍ଟ୍ରପତି ଏହାକୁ ପ୍ରଘଟ କରିବାକୁ ଚାହୁଁନାହାନ୍ତି ବୋଲି ଏସେଦ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe